ବାଗ୍‌ଦାଦ୍‌ ବିମାନ ବନ୍ଦରରେ ରକେଟ୍‌ ଆକ୍ରମଣ: ଜେନେରାଲ୍‌ କାଶିମ୍‌ ସୁଲେମାନି ନିହତ

ବାଗ୍‌ଦାଦ୍‌ ବିମାନ ବନ୍ଦରରେ ରକେଟ୍‌ ଆକ୍ରମଣ: ଜେନେରାଲ୍‌ କାଶିମ୍‌ ସୁଲେମାନି ନିହତ

Image Courtesy of Hindustan Times

ବାଗ୍‌ଦାଦ୍‌: ବାଗ୍‌ଦାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ରକେଟ୍‌ ଆକ୍ରମଣ ଯୋଗୁଁ ଇରାନ୍‌ର ‘କୁଦ୍‌ସ୍‌ ଫୋର୍ସ’ର ମୁଖ୍ୟ ଜେନେରାଲ୍‌ କାଶିମ୍‌ ସୁଲେମାନି ନିହତ ହୋଇଥିବା କଥା ଇରାକ୍‌ର ଟେଲିଭିଜନ୍‌ ଏବଂ ଇରାକ୍‌ ସରକାରଙ୍କର ତିନିଜଣ ଅଧିକାରୀ କହିଛନ୍ତି।

ଏହି ରକେଟ୍‌ ଆକ୍ରମଣରେ ଇରାନ୍‌ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ପପୁଲାର୍‌ ମୋବିଲାଇଜେସନ୍‌ ଫୋର୍ସେସ୍‌’ର ଡେପୁଟି କମାଣ୍ଡର୍‌ ଅବୁ ମହଦି ଅଲ୍‌-ମୁହାନ୍ଦିସ୍‌ ମଧ୍ୟ ନିହତ ହୋଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଇରାନ୍‌ ସମର୍ଥିତ ପାରାମିଲିଟାରି ଫୋର୍ସର ଜଣେ ଅଧିକାରୀ ଶୁକ୍ରବାର ଦିନ କହିଛନ୍ତି ଯେ ବାଗ୍‌ଦାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୭ ଜଣ ବ୍ୟକ୍ତି ନିହତ ହୋଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏହି ଆକ୍ରମଣ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।
‘ପପୁଲାର୍‌ ମୋବିଲାଇଜେସନ୍‌’ ଫୋର୍ସର ଜଣେ ସଦସ୍ୟ କହିଛନ୍ତି ଯେ ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଏୟାର୍‌ପୋର୍ଟ ପ୍ରୋଟକଲ୍‌ ଅଫିସର୍‌ ମହମ୍ମଦ୍‌ ରେଦା।

publive-image Image Courtesy of India Today

କାହାକୁ ଲକ୍ଷ୍ୟ କରି କିଏ ଏହି କ୍ଷେପଣାସ୍ତ୍ର ବା ରକେଟ୍‌ ନିକ୍ଷେପ କରିଛି, ତାହା ହଠାତ୍‌ ଜଣାପଡ଼ିନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେଇନାହିଁ। ଇରାନ୍‌ ମଧ୍ୟ ଏ ବିଷୟରେ କୌଣସି ବିବୃତି ଦେଇନାହିଁ।

ଆକ୍ରମଣରେ ନିହତ ବ୍ୟକ୍ତିମାନଙ୍କର ଶବ ପୋଡ଼ି ବିକୃତ ହୋଇଯାଇଥିବାରୁ ସେମାନଙ୍କର ପରିଚୟ ମିଳିବା କଷ୍ଟକର ହେଉଥିବା କଥା ଜଣେ ନିରାପତ୍ତା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe