ଏନସିବିକୁ ଅନୁରୋଧ କଲେ ରଣବୀର ସିଂହ, ଏହି କାରଣ ପାଇଁ ଜେରା ସମୟରେ ଦୀପିକାଙ୍କ ସହ ରହିବାକୁ ମାଗିଲେ ଅନୁମତି

ଏନସିବିକୁ ଅନୁରୋଧ କଲେ ରଣବୀର ସିଂହ, ଏହି କାରଣ ପାଇଁ ଜେରା ସମୟରେ ଦୀପିକାଙ୍କ ସହ ରହିବାକୁ ମାଗିଲେ ଅନୁମତି

ABP Live - ABP News

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ କୁ ନେଇ ଏନସିବି ଯାଞ୍ଚ କରୁଛି। ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ କରାଯାଇସାରିଥିବା ବେଳେ ଏବେ ଆହୁରି ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ସେ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଆସନ୍ତାକାଲି ତାଙ୍କୁ ଜେରା କରାଯିବ, ଏ ନେଇ ଏନସିବି ପକ୍ଷରୁ ସମନ ପଠାଇ ଦିଆଯାଇଛି। ‌ତେବେ ଜେରା ସମୟରେ ଅଭିନେତା ରଣବୀର ସିଂହ ମଧ୍ୟ ପତ୍ନୀ ଦୀପିକାଙ୍କ ସହ ରହିବେ ବୋଲି ଏନସିବିକୁ ଅନୁରୋଧ କରିଛନ୍ତି।

ଏନସିବିରେ ଆବେଦନ କରି ରଣବୀର କହିଛନ୍ତି ଯେ, ଦୀପିକା ପାଦୁକୋନ୍ ବେଳେବେଳେ ଡ଼ରି ଯାଆନ୍ତି ଏବଂ ବେଳେ ବେଳେ ଭୟଭୀତ ମଧ୍ୟ ହୋଇଯାଆନ୍ତି। ତେଣୁ ସେ ଦୀପିକାଙ୍କ ସହ ରହିବାକୁ ଅନୁମତି ଚାହୁଁଛନ୍ତି। ୨୦୧୭ରେ ତାଙ୍କ ମ୍ୟାନେଜରଙ୍କ ସହ ଦୀପିକାଙ୍କ ହ୍ବାଟସଆପ୍ ଚାଟ୍ ଏନସିବି ହାତରେ ଲାଗିବା ପରେ ଏନସିବି ଦୀପିକା ପାଦୁକୋନଙ୍କୁ ଜେରା ପାଇଁ ଡକାଇଛି। ତାଙ୍କ ଭାଇରାଲ ଚାଟରେ ଅଭିନେତ୍ରୀ ତାଙ୍କ ମ୍ୟାନେଜରଙ୍କ ସହ 'ହ୍ୟାଶ' ବିଷୟରେ କଥା ହୋଇଥିବା ଦେଖାଯାଇଥିଲା।

Ranveer Singh On Deepika Padukone: NDTV.com

ତେବେ ଆଜି ଡ୍ରଗ୍ସ ଲିଙ୍କ୍ କୁ ନେଇ ଅଭିନେତ୍ରୀ ରାକୁଲ ପ୍ରୀତ ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କୁ ଜେରା କରୁଛି ଏନସିବି। ଦୁହେଁ ଏନସିବି କାର୍ଯ୍ୟାଳୟରେ ପହଞ୍ଚି ସାରିଥିବା ବେଳେ ଜେରା ଆରମ୍ଭ ହୋଇଛି। ଗତକାଲି ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ଜେରା କରିଥିବା ଏନସିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe