ରଣ୍ୟା ରାଓ ମାମଲା: ୧୭ ସୁନା ବାର୍‌ ଆଣିଥିବା ସ୍ବୀକାର କ‌ଲେ, ୟୁରୋପ, ଆମେରିକା, ମଧ୍ୟପ୍ରାଚ୍ୟ ଯାଇଛନ୍ତି

ସୁନା ଚୋରାଚାଲାଣ କରି ବେଙ୍ଗାଲୁରୁ ବିମାନବନ୍ଦରରେ ଧରା ପଡ଼ିଥିବା କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓଙ୍କ  ସାବତ ଝିଅ ତଥା କନ୍ନଡ଼ ଅଭିନେତ୍ରୀ ରଣ୍ୟା ରାଓ ସ୍ବୀକାର କରିଛନ୍ତି ଯେ ସେ ବେଙ୍ଗାଲୁରୁ ବିମାନବନ୍ଦରକୁ ସୁନା ଚୋରାଚାଲାଣ କରି ଆଣିଥିଲେ...

dggdcvvf

ବେଙ୍ଗାଲୁରୁ: ସୁନା ଚୋରାଚାଲାଣ କରି ବେଙ୍ଗାଲୁରୁ ବିମାନବନ୍ଦରରେ ଧରା ପଡ଼ିଥିବା କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓଙ୍କ  ସାବତ ଝିଅ ତଥା କନ୍ନଡ଼ ଅଭିନେତ୍ରୀ ରଣ୍ୟା ରାଓ ସ୍ବୀକାର କରିଛନ୍ତି ଯେ ସେ ବେଙ୍ଗାଲୁରୁ ବିମାନବନ୍ଦରକୁ ସୁନା ଚୋରାଚାଲାଣ କରି ଆଣିଥିଲେ ଏବଂ ଗିରଫ ହେବା ସମୟରେ ତାଙ୍କ ନିକଟରେ ୧୭ଟି ସୁନା ବାର୍‌ ଥିଲା। ନିଜର ଅନ୍ତର୍ଜାତୀୟ ଯାତ୍ରା ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇ ରଣ୍ୟା ରାଓ କହିଛନ୍ତି, ସେ ୟୁରୋପ୍‌, ଆମେରିକା, ମଧ୍ୟପ୍ରାଚ୍ୟ, ଦୁବାଇ ଏବଂ ସାଉଦି ଆରବ ଯାଇଛନ୍ତି। ସେ କହିଛନ୍ତି, ବିଶ୍ରାମ ମିଳିନଥିବାରୁ ସେ ଏବେ କ୍ଳାନ୍ତ ଅଛି।  

ଏକ ବିବୃତିରେ ରଣ୍ୟା ରାଓ ତାଙ୍କ ପରିବାରର ପୃଷ୍ଠଭୂମି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ ବାପା ଜଣେ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ଏବଂ ତାଙ୍କ ସ୍ବାମୀ ଜତିନ ହୁକ୍କେରି ଜଣେ ଆର୍କିଟେକ୍ଟ। ରଣ୍ୟା ରାଓ କହିଛନ୍ତି ଯେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ସେ ନ୍ୟାୟିକ ହାଜତରେ ରହି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। ରଣ୍ୟା ସ୍ବେଚ୍ଛାକୃତ ଭାବେ ସବୁ ସତ ମାନିଥିବା କହିଛନ୍ତି। ତାଙ୍କୁ ସମୟ ଅନୁଯାୟୀ ଖାଇବାକୁ ଦିଆଯାଉଛି। କିନ୍ତୁ ତାଙ୍କୁ ଭୋକ ନଥିବାରୁ ସେ ଖାଉନାହାନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ରଣ୍ୟା ରାଓ ଲଗାତାର ବିଦେଶ ଗସ୍ତ କରିବାରୁ ସନ୍ଦେହ ଘେରକୁ ଆସିଥିଲେ।  ଗୋଟିଏ ବର୍ଷ ମଧ୍ୟରେ ସେ ୨୭ ଥର ଦୁବାଇ ଯାଇଛନ୍ତି। ସୋମବାର କେମ୍ପେଗୌଡ଼ା ବିମାନବନ୍ଦରରେ ସେ ଗିରଫ ହୋଇଥିଲେ। ଗିରଫ ହେବା ସମୟରେ ତାଙ୍କ ନିକଟରୁ ୧୪.୫୬ କୋଟି ଟଙ୍କାର ସୁନା ମିଳିଥିଲା। ଏହାପରେ ତାଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇ ଗହଣା ଏବଂ ନଗଦ ଟଙ୍କା ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe