କୋର୍ଟରେ କାନ୍ଦି ପକାଇଲେ ରଣ୍ୟ‌ା ରାଓ

Advertisment

ଦୁବାଇରୁ ଭାରତକୁ ସୁନା  ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ହାଜତ‌ରେ ଥିବା କନ୍ନଡ଼ ଅଭିନେତ୍ରୀ ହର୍ଷବର୍ଦ୍ଧିନୀ ରଣ୍ୟା ଓରଫ୍‌ ରଣ୍ୟା ରାଓଙ୍କୁ ଆଜି ଅର୍ଥନୈତିକ ଅପରାଧ ସଂକ୍ରାନ୍ତ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।

ଦୁବାଇରୁ ଭାରତକୁ ସୁନା  ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ହାଜତ‌ରେ ଥିବା କନ୍ନଡ଼ ଅଭିନେତ୍ରୀ ହର୍ଷବର୍ଦ୍ଧିନୀ ରଣ୍ୟା ଓରଫ୍‌ ରଣ୍ୟା ରାଓଙ୍କୁ ଆଜି ଅର୍ଥନୈତିକ ଅପରାଧ ସଂକ୍ରାନ୍ତ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।

fhhfbvb

ବେଙ୍ଗାଲୁରୁ: ଦୁବାଇରୁ ଭାରତକୁ ସୁନା  ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ହାଜତ‌ରେ ଥିବା କନ୍ନଡ଼ ଅଭିନେତ୍ରୀ ହର୍ଷବର୍ଦ୍ଧିନୀ ରଣ୍ୟା ଓରଫ୍‌ ରଣ୍ୟା ରାଓଙ୍କୁ ଆଜି ଅର୍ଥନୈତିକ ଅପରାଧ ସଂକ୍ରାନ୍ତ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କୋର୍ଟରେ ହାଜର ହେବା ସମୟରେ ରଣ୍ୟା ବିଚାରପତିଙ୍କ ଆଗରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ ଡିଆର୍‌ଆଇ ଅଧିକାରୀମାନେ ତାଙ୍କୁ ମାରପିଟ୍‌ କରି ନଥିଲେ ମଧ୍ୟ ଅତ୍ୟନ୍ତ କଟୁ କଥା କହୁଛନ୍ତି। ଅନ୍ୟପକ୍ଷେ କୋର୍ଟରେ ତଦନ୍ତକାରୀ ଅଧିକାରୀ କହିଥିଲେ ଯେ ରଣ୍ୟା ରାଓଙ୍କୁ ଡିଆରଆଇ ଅଧିକାରୀମାନେ ଆଦୌ ନିର୍ଯାତନା ଦେଇନାହାନ୍ତି। ଜେରା ସମୟ‌ରେ ସେ କୌଣସି ବି ପ୍ରଶ୍ନର ଉତ୍ତର ଦେଉନାହାନ୍ତି।

ପ୍ରତିଥର ତାଙ୍କୁ କିଛି ପ୍ରଶ୍ନ କରିବା ସମୟରେ ସେ ନିରବ ରହୁଛନ୍ତି। ପୂରା ତଦନ୍ତ ପ୍ରକ୍ରିୟାକୁ ଆମେ ଭିଡିଓ ରେକର୍ଡ କରିଛୁ।  ଅନ୍ୟପକ୍ଷେ ରଣ୍ୟା କହିଛନ୍ତି, ତାଙ୍କୁ ଧମକ ଦିଆଯାଉଛି। କିଛି ପ୍ରଶ୍ନର ଉତ୍ତର ନଦେଲେ ତାଙ୍କୁ ଅତ୍ୟନ୍ତ କଟୁ କଥାବାର୍ତ୍ତା କରାଯିବା ସହ କଦର୍ଯ୍ୟ ବ୍ୟବହାର କରାଯାଉଛି। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।  ଏହାର ଉତ୍ତରରେ ବିଚାରପତି କହିଛନ୍ତି, ତୁମକୁ ତୁମ ଆଇନଜୀବୀଙ୍କ ସହ କଥା ହେବାପାଇଁ ୩୦ ମିନିଟ୍‌ ସମୟ ଦିଆଗଲା। କାହିଁକି ଆଇନଜୀବୀଙ୍କୁ ଏହି କଥା ଜଣାଇଲନି ଏବଂ ସେମାନେ କାହିଁକି ଏନେଇ ଆବେଦନ ରୁଜୁ କଲେନି ବୋଲି ପ୍ରଶ୍ନ କରିଛନ୍ତି।  ରଣ୍ୟା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ କାଗଜପତ୍ରରେ ଦସ୍ତଖତ କରିବାପାଇଁ କୁହାଯାଇଛି।  ରଣ୍ୟା ଡିଆର୍‌ଆଇ ଲିଗାଲ୍‌ ଟିମ୍‌ ବି‌ରୋଧରେ ଅଭିଯୋଗ କରିଛନ୍ତି। ଆଇନଜୀବୀ କାହିଁକି ତଦନ୍ତ ପ୍ରକ୍ରିୟାରେ ସମ୍ପୃକ୍ତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe