ରାଣ୍ୟାଙ୍କ ସୁନା ଚାଲାଣ ମାମଲାରେ ସମ୍ପୃକ୍ତ ଅଛନ୍ତି ରାଜନେତା!

ଗିରଫ ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଛି। ଜବତ ହୋଇଥିବା ସୁନାକୁ ରାଣ୍ୟା  କାହା ପାଇଁ ନେଇ ଯାଉଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

gdfh

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ତଥା ବରିଷ୍ଠ ଆଇପିଏସ ଅଧିକାରୀଙ୍କ କନ୍ୟା ରାଣ୍ୟା ରାଓଙ୍କୁ ସୁନା ଚାଲାଣ ମାମଲାରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। 
ଗିରଫ ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଛି। ଯାହାର ମୂଲ୍ୟ ୧୨କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏସବୁ ସୁନାକୁ ରାଣ୍ୟା ତାଙ୍କ ପେଟ, ଜଙ୍ଘ ଓ ଅଣ୍ଟାରେ ଟ୍ୟାପ ଲଗାଇ ଖଞ୍ଜି ରଖିଥିଲେ। ଏଥିସହିତ ରାଣ୍ୟାଙ୍କ ଘରୁ ୨.୧କୋଟିର ଡିଜାଇନର ସୁନା ଅଳଙ୍କାର ସହିତ ୨.୭ କୋଟିର ନଗଦ ଟଙ୍କା ଜବତ ହୋଇଛି।  

ଖବର ଲେଖାହେଲା ପର୍ଯ୍ୟନ୍ତ ଜବତ ହୋଇଥିବା ସୁନାକୁ ରାଣ୍ୟା  କାହା ପାଇଁ ନେଇ ଯାଉଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି, ଅଭିନେତ୍ରୀଙ୍କ ଘରୁ ମିଳିଥିବା ସୁନା ଅଳଙ୍କାର ଜଣେ ପ୍ରମୁଖ ରାଜନେତାରଙ୍କ କହିବାନୁସାରେ ରାଣ୍ୟା କ୍ରୟ କରିଥିଲେ।

ରାଣ୍ୟା ରାଓଙ୍କ ବିରୋଧରେ କଷ୍ଟମ୍ସ ଆକ୍ଟ ୧୯୬୨ଆଧାରରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ରାଣ୍ୟାଙ୍କ ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ପଚରାଉଚରା କରାଯିବ। 

ଗୃ୍ହମନ୍ତ୍ରୀ ପରମେଶ୍ବର ପ୍ରତିକ୍ରିୟା ଦେଇ କହିଛନ୍ତି, ରାଣ୍ୟାଙ୍କ ସୁନା ଚାଲାଣ ମାମଲାକୁ ନେଇ କୌଣସି ବୟାନ ଦେଇ ହେବ ନାହିଁ। କାରଣ ଏହି ମାମଲାର ଡିଆରଆଇ ଓ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଛନ୍ତି। 

ପ୍ରାପ୍ତ ସୂଚନା ଅନୁଯାୟୀ ରାଣ୍ୟା ଗତବର୍ଷ  ୩୦ଥର ଦୁବାଇ ଯାତ୍ରା କରିଛନ୍ତି।  ପ୍ରତି ଯାତ୍ରାରେ ସେ ନିଜ ସାଥୀ‌ରେ ୧ କିଲୋଗ୍ରାମ ଉପରେ ସୁନା ନେଇ ଆସିଥାଆନ୍ତି। ସୁନା ଚାଲାଣ ପାଇଁ ସେ ପ୍ରତି କିଲୋ ସୁନା ପିଛା ୧ଲକ୍ଷ ଟଙ୍କା ନେଇ ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe