ସୁନା ଚୋରା ଚାଲାଣ ପରେ ନୂଆ ବିବାଦରେ ରାଣ୍ୟା

ରାଣ୍ୟା ରାଓ କର୍ଣ୍ଣାଟକ ରାଜନୀତି ସହିତ ଜଡ଼ିତ ଅଛନ୍ତି। ରାଣ୍ୟା କମ୍ପାନି କିସରୋଦା ଇଣ୍ଡିଆ ପ୍ରା ଇଭେଟ ଲିମିଟେଡକୁ କର୍ଣ୍ଣାଟକ ସରକାର ଦ୍ବାରା ୧୨ ଏକକ ଜମି ଆଲର୍ଟ ହୋଇଛି।

45

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ଗିରଫ କରାଯିବା ପରଠାରୁ ତାଙ୍କ ଜଡ଼ିତ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିକଟରେ ରାଣ୍ୟାଙ୍କ ସାମ୍ନାରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। 

ଯାଞ୍ଚରୁ ଜଣାପଡ଼ିଛି ରାଣ୍ୟା ରାଓ କର୍ଣ୍ଣାଟକ ରାଜନୀତି ସହିତ ଜଡ଼ିତ ଅଛନ୍ତି। ରାଣ୍ୟା କମ୍ପାନି କିସରୋଦା ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ କର୍ଣ୍ଣାଟକ ସରକାର ଦ୍ବାରା ୧୨ ଏକକ ଜମି ଆଲର୍ଟ ହୋଇଛି। କର୍ଣ୍ଣାଟକ ଶିଳ୍ପ କ୍ଷେତ୍ର ବିକାଶ ବୋର୍ଡ ୨୦୨୩ ଜାନୁଆରି ୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ କାର୍ଯ୍ୟକାଳ ସମୟରେ କମ୍ପାନିର ନିର୍ଦ୍ଦେଶକ ହର୍ଷବର୍ଦ୍ଧିନୀ ରାମ୍ୟାଙ୍କ ନାମରେ ଜମି ଆଲର୍ଟ କରିଥିଲା।

ଏହି ତଥ୍ୟା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି କି ଜଣେ ଅଭିନେତ୍ରୀଙ୍କ କମ୍ପାନି ଏତେ ବଡ଼ ପରିମାଣର ସରକାରୀ ଜମି ଆବଣ୍ଟନ କେମିତି ହାସଲ କରି ପାରିଲେ।

ସୋମବାର ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ରାଣ୍ୟା କାନ୍ଦିକାନ୍ଦି ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଅଧିକାରୀମାନଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଗାଳିଗୁଲଜ କରୁଥିବାର ଅଭିଯୋଗ କରିଛନ୍ତି।

ରାଣ୍ୟାଙ୍କ ଅଭିଯୋଗକୁ ଖଣ୍ଡନ କରି ଅଧିକାରୀମାନେ କହିଛନ୍ତି, ‘ରାଣ୍ୟା ଯାଞ୍ଚରେ ଆଦୌ ସହଯୋଗ କରୁ ନାହାନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe