ନୂଆଦିଲ୍ଲୀ: ପୁଣେର କୋଣ୍ଢଓ୍ଵା ଅଞ୍ଚଳରେ ଜଣେ ୮ ବର୍ଷର ଶିଶୁ ଗଣଦୁଷ୍କର୍ମର ଶିକାର ହୋଇଛି। ଜଣେ ୧୮ ବର୍ଷର ବାଳକ ସମେତ ୫ ଜଣ ନାବାଳକ ଉକ୍ତ ଶିଶୁକୁ ଦୁଷ୍କର୍ମ କରିଛନ୍ତି। ପୁଲିସ ଉକ୍ତ ବାଳକକୁ ଗିରଫ କରିଥିବାବେଳେ ଅନ୍ୟ ୫ ଜଣଙ୍କ ଅଟକ ରଖି ପଚରାଉଚୁରା କରୁଛି। ପୀଡ଼ିତା ଶିଶୁଟିକୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଣ୍ଢଓ୍ଵା ପୁଲିସ ଥାନା ଅଧିକାରୀ କହିଛନ୍ତି ଯେ ପୀଡ଼ିତା ଏବଂ ଅଭିଯୁକ୍ତମାନେ ଗୋଟିଏ ଅଂଚଳରେ ରହୁଥିବାବେଳେ ସମାନ ସ୍କୁଲ୍ରେ ଅଧ୍ୟୟନ କରୁଥିଲେ। ଆଇପିସିର ଧାରା ୩୭୬ ଅଧିନରେ ଏବଂ ପୋକ୍ସୋ ଆକ୍ଟ ଅଧିନରେ ସମସ୍ତ ନାବାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ପୃଥକ୍ ଘଟଣାରେ ଦିଲ୍ଲୀରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୫ ଜଣ ନାବାଳକ ଗଣଦୁଷ୍କର୍ମ କରିବା ଘଟଣା ନେଇ ଜାହାଙ୍ଗିରପୁର ପୁଲିସ ଷ୍ଟେସନ୍ରେ ମାମଲା ରୁଜୁ ହୋଇଛି ।
୮ ବର୍ଷୀୟା ଶିଶୁକୁ ଗଣଦୁଷ୍କର୍ମ
Advertisment
Follow Us