କର୍ଣ୍ଣାଟକରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ରାସ୍ତାକୁ ଓହ୍ଲାଇଲେ ଲୋକେ

କର୍ଣ୍ଣାଟକର ବିଦର ସହରରେ ଜଣେ ୧୮ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣ ଜଣା ପଡ଼ିବା ପରେ ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
karnataka1

ବିଦର: କର୍ଣ୍ଣାଟକର ବିଦର ସହରରେ ଜଣେ ୧୮ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣ ଜଣା ପଡ଼ିବା ପରେ ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି।  ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। 

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଅଗଷ୍ଟ ୨୯ ତାରିଖରେ ନିଖୋଜ ହୋଇଯାଇଥିଲେ ଏବଂ ସେପ୍ଟେମ୍ବର ୧ ତାରିଖରେ ଗୁଣଥେରଥାୱାଡିର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟବୁଦାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଅଗଷ୍ଟ ୨୯ ତାରିଖରେ ନିଖୋଜ ହୋଇଯାଇଥିଲେ ଏବଂ ସେପ୍ଟେମ୍ବର ୧ ତାରିଖରେ ଗୁଣଥେରଥାୱାଡିର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟବୁଦାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ପ୍ରଥମେ ଏକ ହତ୍ୟା ମାମଲା ରୁଜୁ କରିଥିଲେ ହେଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଏହାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପରିଣତ କରାଯାଇଥିଲା।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ପୀଡ଼ିତାଙ୍କ ମୁଣ୍ଡରେ ପଥର ମାଡ଼ ହେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ ଓ ହତ୍ୟା କାଣ୍ଡ ଘଟାଇଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କ ସାଙ୍ଗ ହୋଇଥିବା ବେଳେ ଗାଡ଼ିରେ ଅପେକ୍ଷା କରିଥିଲେ। ସେପଟେ ଏହି ଘଟଣା ପରେ ଶତାଧିକ ଉତ୍ତ୍ୟକ୍ତ ଲୋକେ ବ୍ୟାନର ଓ ପ୍ଲାକାର୍ଡ ଧରି ବିଦରର ରାଜରାସ୍ତାକୁ ଓହ୍ଲାଇ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ କରିଛନ୍ତି। ପ୍ରବଳ ବିରୋଧ ଯୋଗୁଁ ସହରର ରାସ୍ତା ମଧ୍ୟ ଅବରୋଧ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe