ଲଜ୍ଜା: ସୁରଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା

ଲଜ୍ଜା: ସୁରଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା

photo by : Dhaka Tribune

ସୁରଟ: କଠୁଆ-ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ବ୍ୟାପୁଥିବା ବେଳେ ଗୁଜରାଟର ସୁରଟ ସହରସ୍ଥିତ ପାଣ୍ଡସେରାରେ ଆଉ ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୀର୍ଘ ୮ ଦିନ ଧରି ଗଣଦୁଷ୍କର୍ମ କରାଯିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଏହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକାଙ୍କ ଶରୀରରେ ୮୦ରୁ ଊର୍ଦ୍ଧ୍ୱ କ୍ଷତ ଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏଯାବତ୍‌ ପୁଲିସ୍‌କୁ ନାବାଳିକାଙ୍କ ପରିଚୟ ମିଳିପାରି ନଥିବା ବେଳେ ପୁଲିସ୍‌ ଏକ ମାମଲା ରୁଜୁ କରି ଦୁଇ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଶବ ମିଳିବା ପରେ ପ୍ରାଥମିକ ତଦନ୍ତରୁ ଏହା ଦୁଷ୍କର୍ମଜନିତ ହତ୍ୟା ବୋଲି ସନ୍ଦେହ କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ଜଣାପଡ଼ିଛି ଯେ, ନାବାଳିକାଙ୍କୁ ଦୀର୍ଘ ୮ ଦିନ ଧରି ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି।

ଦୃଷ୍ଟିହୀନ ନାବାଳିକାଙ୍କୁ ଦୁଷ୍କର୍ମ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଜଣେ ଦୃଷ୍ଟିହୀନ ଅନାଥ ନାବାଳିକା (୧୭) ଗଣଦୁଷ୍କର୍ମର ଶିକାର ହେବା ଘଟଣା ଆଜି ଲୋକଲୋଚନକୁ ଆସିଛି। ଗତ ବୁଧବାର ଦିନ ଏହି କାଣ୍ଡ ଘଟିଥିବା ବେଳେ ଆଜି ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଛି। ନିକଟରେ ପିତାମାତାଙ୍କୁ ହରାଇଥିବା ଝିଅଟି ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତ ବୁଧବାର ଦିନ ସେ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଦୁଇଥର ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ଘର ମାଲିକ ଜାଣିପାରିବା ପରେ ତତ୍କାଳ ପୁଲିସରେ ଖବର ଦେଇଥିଲେ। ପୁଲିସ ଅପରାଧୀକୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି ଏବଂ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe