ସ୍ପାରେ ଚାକିରି ଦେବାକୁ କହି ଦୁଷ୍କର୍ମ

Advertisment
୬ ବର୍ଷ ଧରି ମାଉସୀ ଝିଅ ଭଉଣୀ ସହ ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟତ୍ର ବାହା ହେଉଥିଲେ ଯୁବକ, ଜାଣନ୍ତୁ ତା’ପରେ କ’ଣ ହେଲା..

uk.businessinsider.com

ନୂଆଦିଲ୍ଲୀ: ସ୍ପାରେ ଚାକିରି ଦେବାକୁ କହି ଦିଲ୍ଲୀରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୩୦ରେ ଦିଲ୍ଲୀର ସୁଲତାନପୁରୀରେ ଜଣେ ୧୬ ବର୍ଷୀୟା ନାବାଳିକା ଅପହୃତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ୧୮ ବର୍ଷୀୟ ଅଭିଷେକ ସହିତ ଥିବା ଅନୁସନ୍ଧାନରୁ ଜାଣିବାକୁ ମିଳିଥିଲା। ତେବେ ଉଦ୍ଧାର ପରେ ନାବାଳିକା ଜଣକ କହିଛି ଯେ ଅଭିଷେକ ତାକୁ ହରିଦ୍ୱାର ନେଇ ଦୁଷ୍କର୍ମ କରିଥିଲା। ଏହାପରେ ଦିଲ୍ଲୀ ଆଣି ରବି ନାମକ ଜଣେ ବ୍ୟକ୍ତି ସହିତ ପରିଚୟ କରାଇଥିଲା। ରବି ସ୍ପାରେ ଚାକିରି ଦେବ ବୋଲି କହି କୌଶଳକ୍ରମେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏହାପରେ ସେଠାରେ ଅଶୋକ ଗୋୟଲ୍‌ ନାମକ ଜଣେ ବ୍ୟକ୍ତି ପହଞ୍ଚି ରୋହିତ ଓ ମୁକେଶ ନାମକ ଅନ୍ୟ ଦୁଇଜଣ ବ୍ୟକ୍ତି ସହାୟତାରେ ନାବାଳିକା ଜଣକୁ ନିଜ ସ୍ପାକୁ ନେଇଯାଇଥିଲା। ସେଠାରେ ସେ ତାକୁ ଦୁଷ୍କର୍ମ କରିବା ସହିତ ତା’ର ଗ୍ରାହକ ସହିତ ସମୟ ବିତାଇବାକୁ ବାଧ୍ୟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe