ଘର ମାଲିକାଣୀଙ୍କୁ ଚା’ରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

Advertisment
ଘର ମାଲିକାଣୀଙ୍କୁ ଚା’ରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

Representative Image

ନୋଏଡା : ଉତ୍ତରପ୍ରଦେଶର ନୋଏଡାଠାରେ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ତାଙ୍କ ଘର ମାଲିକାଣୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ ନୋଏଡା, ଯେବର ନିକଟ ଜାହାଙ୍ଗୀରପୁରୀ ଅଞ୍ଚଳରେ ବିଶାଲ ନାମକ ଏହି ଯୁବକଙ୍କୁ ପୁଲିସ ଗିରଫ କରିଛି। ଯୁବକଙ୍କ ବିରୋଧରେ ତାଙ୍କ ଘର ମାଲିକଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ। ଗୁରୁବାର ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ବିଶାଲ ତାଙ୍କୁ ଚା’ରେ ନିଶା ପଦାର୍ଥ ଦେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏହା ବ୍ୟତୀତ କାହାକୁ କହିଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଅଭିଯୋଗରେ ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ କିଛି ଦିନ ପୂର୍ବରୁ ରାଜସ୍ଥାନକୁ ଯାଇଥିଲେ ଏବଂ ଲକଡାଉନ ଯୋଗୁଁ ସେଠାରେ ଅଟକି ଯାଇଥିଲେ |

ଏହି ଅଭିଯୋଗ ଉପରେ ଯେବର ପୁଲିସ ଷ୍ଟେସନରେ ଆଇପିସିର ଧାରା ୩୭୬ ଏବଂ ୫୦୬ ଅନୁଯାୟୀ ଏକ ମାମଲା ପଞ୍ଜିକୃତ କରାଯାଇଛି। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଯେବର ପୁଲିସ ଷ୍ଟେସନର ଏସଆଇ ଫିରୋଜ ଖାନ କହିଛନ୍ତି ଯେ ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୋଗକାରିଣୀ ମହିଳା ଏବଂ ଅଭିଯୁକ୍ତ ବିଶାଲଙ୍କ ମଧ୍ୟରେ  ପ୍ରେମ ସମ୍ପର୍କ ଚାଲିଥିଲା। ଯେତେବେଳେ ମହିଳାଙ୍କ ସ୍ୱାମୀ  ଏହା ଜାଣିଲେ, ସେ ତାଙ୍କଠାରୁ ଅଲଗା ରହିବା ଆରମ୍ଭ କଲେ | ଏହାର କିଛି ଦିନ ପରେ ଅଭିଯୁକ୍ତ ମଧ୍ୟ ଘର ଖାଲି କରିବା ପରେ କୁଆଡେ ଚାଲି ଯାଇଥିଲେ। ପୁଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରିବା ପରେ ତାକୁ ପଚରାଉଚରା କରାଯାଉଛି ଏବଂ କୋର୍ଟରେ ହାଜର ହେବା ପରେ ତାକୁ ରିମାଣ୍ଡରେ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe