୧୫୧ ସାଂସଦ-ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା, ୧୬ ଜଣଙ୍କ ବିରୋଧରେ ବିଚାରାଧୀନ...

୧୫୧ ସାଂସଦ-ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା, ୧୬ ଜଣଙ୍କ ବିରୋଧରେ ବିଚାରାଧୀନ...

ନୂଆଦିଲ୍ଲୀ: ଦେଶରେ ୧୫୧ ଜଣ ସାଂସଦ ଏବଂ ବିଧାୟକ ସେମାନଙ୍କ ନିର୍ବାଚନୀ ସତ୍ୟାପାଠରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ସହ ଜଡିତ ମାମଲା ଘୋଷଣା କରିଛନ୍ତି। ଏହି ମାମଲାଗୁଡ଼ିକ ଯୌନ ଶୋଷଣ ଠାରୁ ଆରମ୍ଭ କରି ବଳାତ୍କାର ପର୍ଯ୍ୟନ୍ତ ରହିଛି। ଏହି ତାଲିକାରେ ପଶ୍ଚିମବଙ୍ଗ ଶୀର୍ଷରେ ରହିଛି।

ଯେଉଁଠାରେ ସର୍ବାଧିକ ସଂଖ୍ୟକ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ରହିଛି।ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ସାଂସଦମାନେ ଦେଇଥିବା ୪,୬୯୩ ଆଫିଡେଭିଟ୍କୁ ଏଡିଆର ରିପୋର୍ଟ ବିଶ୍ଳେଷଣ କରିଛି। ପଶ୍ଚିମବଙ୍ଗର ସାଂସଦ ଏବଂ ବିଧାୟକମାନେ ମହିଳାଙ୍କ ସହ ଜଡିତ ଅପରାଧରେ ଅଧିକ ଜଡିତ। ସେଠାରେ ୨୫ଜଣ ସାଂସଦ ଏବଂ ବିଧାୟକ ଏଭଳି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ୨୧ ଜଣ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଏଭଳି ମାମଲା ଥିବା ବେଳେ ଓଡିଶାରେ ୧୭ ଜଣଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି।

ଏଡିଆର ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ଆଇପିସିର ଧାରା ୩୭୬ ଅନୁଯାୟୀ ୨ ଜଣ ସିଟିଂ ସାଂସଦ ଏବଂ ୧୪ ସିଟିଂ ଜଣ ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି। ଏଥିମଧ୍ୟରେ କେତେକ ମାମଲା ମଧ୍ୟ ଅନ୍ତର୍ଭୁକ୍ତ ଯେଉଁଥିରେ ପୀଡିତାଙ୍କୁ ବାରମ୍ବାର ଆକ୍ରମଣ କରାଯାଇଥିଲା।

ବିଜେପିର ଅଧିକାଂଶ ସାଂସଦ ଓ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ରହିଛି। ବିଜେପି ସାଂସଦ ଏବଂ ବିଧାୟକମାନେ ଏହି ମାମଲାରେ ଆଗରେ ଅଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ ମାମଲା ୫୪ ବିଜେପି ସାଂସଦ-ବିଧାୟକ ନିର୍ବାଚନୀ ସତ୍ୟପାଠରେ ଘୋଷଣା କରିଛନ୍ତି।

ସେହିପରି ୨୩ କଂଗ୍ରେସ ସାଂସଦ ଏବଂ ୧୭ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ-ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି। ବିଜେପି ଓ କଂଗ୍ରେସ ୫-୫ ଜଣ ସିଟିଂ ସାଂସଦଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି।

ଏହି ପରିପ୍ରେକ୍ଷୀରେ, ଏଡିଆର ରାଜନୈତିକ ଦଳମାନଙ୍କୁ ନିବେଦନ କରିଛି ଯେ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାର୍ଥୀ ନ କରନ୍ତୁ। ବିଶେଷକରି ସେହି ନେତାମାନଙ୍କୁ ଟିକେଟ୍ ଦିଆଯିବା ଉଚିତ୍ ନୁହେଁ, ଯେଉଁମାନେ ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଏହି ରିପୋର୍ଟରେ ଯଥାଶୀଘ୍ର ଏଭଳି ମାମଲା ରୁଜୁ କରିବାକୁ କୋର୍ଟଙ୍କୁ ଦାବି କରାଯାଇଛି। ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିବା ପ୍ରାର୍ଥୀଙ୍କୁ ଭୋଟ୍ ନ ଦେବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe