କେନ୍ଦ୍ରମନ୍ତ୍ରୀ ରାଜେନ୍‌ ଗୋହାଇଁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

Advertisment
କେନ୍ଦ୍ରମନ୍ତ୍ରୀ ରାଜେନ୍‌ ଗୋହାଇଁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

www.mnewsindia.com

ଗୌହାଟୀ: ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହାଇଁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ୨୪ ବର୍ଷୀୟା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଏବଂ ତାଙ୍କୁ ଧମକଚମକ ଦେବା ନେଇ ଅଭିଯୋଗ କରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ତାଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଥିବା ମନ୍ତ୍ରୀ ଗୋହାଇଁ କହିଛନ୍ତି। ଏ ନେଇ ତାଙ୍କ ପକ୍ଷରୁ ଏକ କାଉଣ୍ଟର ଏତଲା ମଧ୍ୟ ଦିଆଯାଇଛି। ମନ୍ତ୍ରୀଙ୍କ ପକ୍ଷରୁ ସଂପୃକ୍ତ ମହିଳା ଏବଂ ତାଙ୍କ ପରିବାର ବିରୋଧରେ ପାଲ୍‌ଟା ଅଭିଯୋଗ କରାଯାଇଥିବା ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ଅଧିକାରୀ ସଂଜୀବ ଗୋସ୍ୱାମୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe