Image Courtesy of Republic World
ବିହାର: ବେଟିୟାରେ ଏକ ଚଳନ୍ତା ବସ୍ରେ ଜଣେ ୧୭ ବର୍ଷୀୟା କିଶୋରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଘଟିଥିବା ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଝିଅଟି ପୂର୍ବ ଚମ୍ପାରନ ଜିଲ୍ଲାର ମୋତିହାରୀ ବସଷ୍ଟାଣ୍ଡରେ ପଶ୍ଚିମ ଚମ୍ପାରନର ବେଟିଆକୁ ଯିବା ପାଇଁ ଏକ ବସ୍ରେ ଉଠିଥିଲା। ବସ୍ ଭିତରେ ତାକୁ ଏକ ନିଶାମିଶ୍ରିତ ପାନୀୟ ଦେଇ ଚେତାଶୂନ୍ୟ କରିବା ପରେ ଗଣଦୁଷ୍କର୍ମ କରାଯାଇଥିଲା। ଏହା ପରେ ଅଭିଯୁକ୍ତମାେନ ତାଙ୍କୁ ବସ୍ରେ ତାଲା ପକାଇ ପଳାଇଥିଲେ। ଚେତା ଫେରିବା ପରେ ପାଟି କରିବାରୁୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପରଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।
Follow Us