କୋଭିଡ କେୟାର ସେଣ୍ଟରରେ ନାବାଳିକା ସହ ଦୁଷ୍କର୍ମ

Advertisment
ଅପହରଣ ଓ ଦୁଷ୍କର୍ମର ମାସକ ପରେ ଅପହର୍ତ୍ତାଙ୍କ କବଳରୁ ମୁକ୍ତହେଲେ ନାବାଳିକା ପୀଡ଼ିତା !

The Statesman

ନୂଆଦିଲ୍ଲୀ: ଆଇଟିବିପି ପକ୍ଷରୁ ପରିଚାଳିତ ଦିଲ୍ଲୀର ଏକ କୋଭିଡ କେୟାର ସେଣ୍ଟରରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଗତ ମାସରେ କୋଭିଡ-୧୯ ସଂକ୍ରମିତ ହୋଇ ଦିଲ୍ଲୀର ଜଣେ ନାବାଳିକା ଆଇଟିବିପି ପରିଚାଳିତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ପୂର୍ବରୁ ଉକ୍ତ ନାବାଳିକାର ବାପା, ମା’ ମଧ୍ୟ କରୋନା ସଂକ୍ରମିତ ହୋଇ ସମ୍ପୃକ୍ତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଗତ ୧୫ ତାରିଖ ରାତିରେ ସମ୍ପୃକ୍ତ ନାବାଳିକା ବାଥ୍‌ ରୁମ୍‌କୁ ଯାଇଥିବାବେଳେ ପୂର୍ବରୁ ବାଥରୁମ୍‌ରେ ଲୁଚି ରହିଥିବା ଜଣେ ୧୯ ବର୍ଷୀୟ ଯୁବକ ନାବାଳିକା ସହ ଦୁଷ୍କର୍ମ କରିଥିଲା। ଏ ନେଇ ପୋକ୍‌ସୋ ଏବଂ ଆଇପିସି ଧାରା ୩୭୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଦୁଷ୍କର୍ମକାରୀ ଯୁବକ ସମେତ ତାର ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe