ବିହାରର ମୁଜାଫରପୁରରେ ଭୟଙ୍କର କାଣ୍ଡ: ଦୁଷ୍କର୍ମକୁ ବିରୋଧ କରିବାରୁ ମହିଳାଙ୍କୁ ଜାଳିଦେଲେ

ଘରେ ପଶି ଦୁଷ୍କର୍ମ ଉଦ୍ୟମ,ପୀଡ଼ିତା ଗୁରୁତର

ରାଜଧାନୀରେ ଚାଞ୍ଚଲ୍ୟ : ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

India Today

ମୁଜାଫରପୁର: ଦୁଷ୍କର୍ମ ଘଟଣା ଏବେ ଦେଶକୁ ଦୋହଲାଇ ଦେଇଛି। ହାଇଦ୍ରାବାଦ୍‌, ଉନ୍ନାଓ ଏବଂ ତ୍ରିପୁରା ପରେ ଏବେ ପୁଣିଥରେ ବିହାରରେ ଜଣେ ମହିଳାଙ୍କୁ ଜାଳି ଦିଆଯାଇଛି। ମୁଜାଫରପୁରରେ ଜଣେ ୨୩ ବର୍ଷୀୟା ମହିଳାଙ୍କ ଘରେ ପଶି ତାଙ୍କର ପଡ଼ୋଶୀ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣଙ୍କ ଏହାର ବିରୋଧ କରିବାରୁ ଯୁବକ ଜଣଙ୍କ ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ପୀଡ଼ିତାଙ୍କ ମା’ ନିକଟସ୍ଥ ଏକ ପିଏଚ୍‌ସିରେ କାମ କରନ୍ତି। ସ୍ଥାନୀୟ ଲୋକେ ତାଙ୍କ ମା’ଙ୍କୁ ଖବର ଦେବାପରେ ସେ ଆସି ଝିଅଙ୍କୁ ଡାକ୍ତରଖାନା ନେଇଥିଲେ। ପୀଡ଼ିତାଙ୍କ ଶରୀରର ୮୦ ପ୍ରତିଶତ ଜଳି ଯାଇଛି। ତାଙ୍କ ଅବସ୍ଥା ଏବେ ଅତି ଗୁରୁତର ଅଛି। ସେ ମୁଜାଫରପୁରର ଶ୍ରୀ କ୍ରିଷ୍ଣା ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ଅହିୟାପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଗିରଫ ହୋଇଛି ବୋଲି ଏସ୍‌ଏଚଓ ବିକାଶ ରାୟ କହିଛନ୍ତି। ଅଭିଯୋଗ ଅନୁଯାୟୀ ପୀଡ଼ିତା ଘରେ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା। ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା। ବିହାରର ବକ୍ସାର ଏବଂ ସମସ୍ତିପୁର ଜିଲ୍ଲାରେ ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପରେ ସେମାନଙ୍କୁ ଜାଳିଦେଇଥିବା ଘଟଣାକୁ ସପ୍ତାହେ ନପୁରୁଣୁ ଏଭଳି ଏକ ଘଟଣା ପୁଣିଥରେ ଲୋକଲୋଚନକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe