ଉତ୍ତରପ୍ରଦେଶରେ ଆଲୋଡ଼ନ: ଥାନାରେ ନାବାଳିକାକୁ ଦୁଷ୍କର୍ମ, ଥାନାବାବୁ ଗିରଫ

Advertisment

ଗଣଦୁଷ୍କର୍ମ ଅଭିଯୋଗ ନେଇ ଥାନାକୁ ଯାଇଥିଲେ

ଗଣଦୁଷ୍କର୍ମ ଅଭିଯୋଗ ନେଇ ଥାନାକୁ ଯାଇଥିଲେ

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଗଣଦୁଷ୍କର୍ମର ଦୃଶ୍ୟ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

The Indian Express

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଳିତପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୩ ବର୍ଷୀୟା ନାବାଳିକା ୪ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେବାପରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ସ୍ଥାନୀୟ ଥାନାକୁ ଯାଇଥିଲେ। କିନ୍ତୁ ଥାନାରେ ସେ ପୁଣିଥରେ ପୁଲିସ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଥାନାର ଏସ୍‌ଏଚଓ (ଷ୍ଟେସନ୍‌ ହାଉସ୍‌ ଅଫିସର୍‌) ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ପୁଲିସ ଅଧିକାରୀ ତିଳକଧାରୀ ସରୋଜଙ୍କ ସମେତ ମୋଟ୍ ୩ ଜଣ ଗିରଫ ହୋଇଛନ୍ତି । ଯେଉଁ ଥାନାରେ ଏଭଳି କାଣ୍ଡ ଘଟିଛି ଥାନାର ସମସ୍ତ ପୁଲିସଙ୍କୁ କାର୍ଯ୍ୟରୁ ହଟାଯାଇଛି। କାନପୁର ଜୋନ୍‌ର ଅତିରିକ୍ତ ଡିଜି ଭାନୁ ଭାସ୍କର କହିଛନ୍ତି, ଉକ୍ତ ଘଟଣାରେ ଡିଆଇଜିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଡିଆଇଜିଙ୍କୁ କୁହାଯାଇଛି। ଆଇପିସି ଏବଂ ପୋକ୍ସ ଆଇନ ଅଧୀନରେ ପୁଲିସ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲକ୍ଷ୍ନୌ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ମାମଲାର ସମାଧାନ ହେବା ପର୍ଯ୍ୟନ୍ତ ଡିଆଇଜିଙ୍କୁ ଲଳିତପୁରରେ ରହିବାକୁ କୁହାଯାଇଛି। ପୀଡ଼ିତା ନାବାଳିକାଙ୍କ ବାପା ପାଲି ଥାନା ଅଧୀନରେ ଏନେଇ ମାମଲା ରୁଜୁ କରିଛନ୍ତି। ।

ନାବାଳିକାଙ୍କୁ ୪ ଜଣ ଲୋକ ଲୋଭ ଦେଖାଇ ଏପ୍ରିଲ ୨୨ ତାରିଖରେ ଭୋପାଳ ନେଇଯାଇଥିଲେ। ସେଠାରେ ସେ ୪ ଦିନ ଧରି ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପରେ ଅଭିଯୁକ୍ତମାନେ ତାଙ୍କୁ ଆଣି ଥାନା ନିକଟରେ ଛାଡ଼ି ଚାଲିଯାଇଥିଲେ। ଦୁଷ୍କର୍ମକାରୀ ଏସଏଚ୍‌ଓ ପୀଡ଼ିତା ନାବାଳିକାଙ୍କୁ ତାଙ୍କ କାକିଙ୍କୁ ହସ୍ତାନ୍ତର କରିଥିଲେ। ତେବେ ପରଦିନ ତାଙ୍କ ବୟାନ ରେକର୍ଡ ପାଇଁ ପୁଲିସ ତାଙ୍କୁ ଥାନାକୁ ଡାକିଥିଲା ଏବଂ ଥାନାରେ ଏସ୍‌ଏଚ୍‌ଓ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ମାମଲାରେ ୫ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ଏଥିରେ ପୀଡ଼ିତାଙ୍କ କାକି ମଧ୍ୟ ଅଛନ୍ତି। ଉକ୍ତ ମାମଲାରେ ଆଜି ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛି। ସମସ୍ତ ଦୋଷୀଙ୍କ ବିରୋଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଦାବି କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ମାମଲାରେ ରାଜ୍ୟ ସରକାରକୁ ଟାର୍ଗେଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe