ନୂଆଦିଲ୍ଲୀ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ, ୪ ରେଳ କର୍ମଚାରୀ ଗିରଫ

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଗଣଦୁଷ୍କର୍ମର ଦୃଶ୍ୟ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

The Indian Express

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନର ଏକ ପ୍ଲାଟଫର୍ମରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରେନ୍ ଲାଇଟିଂ ହଟ୍‌ ଭିତରେ ଏହି କୁକର୍ମ କରାଯାଇଲା। ମହିଳାଙ୍କୁ ଦୁଇଜଣ ବଳାତ୍କାର କରିଥିବା ବେଳେ ଅନ୍ୟ ଦୁଇଜଣ ବାହାରେ ଜଗି ରହିଥିବା ପୁଲିସ ପ୍ରକାଶ କରିଛି। ଅଭିଯୁକ୍ତମାନେ ହେଲେ ୩୫ ବର୍ଷୀୟ ସତୀଶ କୁମାର, ୩୮ ବର୍ଷୀୟ ବିନୋଦ କୁମାର, ୩୩ ବର୍ଷୀୟ ମଙ୍ଗଳ ଚାନ୍ଦ ଏବଂ ୩୭ ବର୍ଷୀୟ ଜଗଦୀଶ ଚାନ୍ଦ। ରେଲୱେ ଡିସିପି ହରେନ୍ଦ୍ର ସିଂହଙ୍କ କହିବା ଅନୁସାରେ ରାତି ୩ଟା ୨୭ରେ ମହିଳା ଜଣକ ଥାନାକୁ ଫୋନ୍ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ସଙ୍ଗେ ସଙ୍ଗେ ଷ୍ଟେସନକୁ ଯାଇ ସମ୍ପୃକ୍ତା ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ କହିଥିଲେ ଯେ ସେ ହରିୟାଣାର ଫରିଦାବାଦରେ ବାସ କରନ୍ତି।

ଦୁଇବର୍ଷ ତଳେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଦେଇଛନ୍ତି। ସେଥିପାଇଁ ସେ ଏକ କର୍ମ ସନ୍ଧାନରେ ଅଛନ୍ତି। ସେ ତାଙ୍କର ଜଣେ ସାଙ୍ଗ ଜରିଆରେ ଅନ୍ୟତମ ଅଭିଯୁକ୍ତ ସତୀଶକୁ ଭେଟିଥିଲେ, ଯିଏ ତାଙ୍କୁ ରେଳ ବିଭାଗରେ ଏକ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଗୁରୁବାର ସତୀଶ ତାଙ୍କୁ ଫୋନ୍ କରି ତାଙ୍କ ନୂଆ ଘରକୁ ଆସି ତାଙ୍କ ପୁଅର ଜନ୍ମଦିନରେ ଭାଗ ନେବାକୁ ଅନୁରୋଧ କରିଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେ ସତୀଶକୁ କୀର୍ତ୍ତିନଗର ମେଟ୍ରୋ ଷ୍ଟେସନରେ ଭେଟିଥିଲା। ଏହାପରେ ସତୀଶ ତାଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ନେଇଯାଇଥିଲା ଯେଉଁଠି ଅତ୍ୟ ତିନିଜଣ ଅଭିଯୁକ୍ତ ତାଙ୍କୁ ଭେଟିଥିଲେ। ସେଠି ଏକ ଟ୍ରେନ୍ ଲାଇଟିଂ ହଟ୍ ଭିତରେ ସେମାନେ ତାଙ୍କୁ ଗଣବଳାତ୍କାର କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe