୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ନୂଆଦିଲ୍ଲୀ: ଦିଲ୍ଲୀରେ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ନଜଫଗଡ଼ର ଛାଓଲା ଅଞ୍ଚଳର ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ୩୩ ବର୍ଷୀୟ ଯୁବକ ସୋନୁ ଦୁଷ୍କର୍ମ କରିବା ସହ ମାଡ଼ ମାରିଛନ୍ତି। ବୃଦ୍ଧାଙ୍କ କହିବା ଅନୁସାରେ, ସେ ସନ୍ଧ୍ୟା ୫ଟାବେଳେ ନିଜ ଘର ସାମ୍ନାରେ କ୍ଷୀରବାଲାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଜଣା ଯୁବକ ଆସି ବୃଦ୍ଧାଙ୍କୁ କ୍ଷୀର ବାଲା ପାଖକୁ ନେଇଯିବ କହି ରେୱଲା ଖାନପୁର ଫାର୍ମକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ବୃଦ୍ଧାଜଣକ ଚିତ୍କାର କରିବାରୁ ଯୁବକଜଣକ ତାଙ୍କୁ ମାଡ଼ ମାରିଥିଲେ। ବୃଦ୍ଧା ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ ଯୁବକ ଶୁଣି ନଥିଲା। ବୃଦ୍ଧାଙ୍କ ପାଟି ଶୁଣି ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଗାଁ ଲୋକେ ଅଭିଯୁକ୍ତକୁ ଧରି ପୁଲିସରେ ଜିମା ଦେଇଥିଲେ। ଗାଁଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଡାକ୍ତରଖାନ‌ାକୁ ନିଆଯାଇଥିଲା। ଦିଲ୍ଲୀ ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଲ୍ଲା ମହିଳା କମିସନର ଏକ ଟିମ୍‌ ପୀଡ଼ିତାଙ୍କୁ ଭେଟିଛନ୍ତି। ୬ ମାସର ଶିଶୁଠାରୁ ଆରମ୍ଭ କରି ୯୦ ବର୍ଷର ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ କହିଛନ୍ତି। ଯେକୌଣସି ସ୍ଥିତିରେ ଏହି ମାମଲାର ବିଚାର ୬ ମାସରେ କରାଯାଇ ଫାଶୀ ଦଣ୍ଡ ଦିଆଯିବାର ଆବଶକ୍ୟତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe