ନୀତିଶ ସରକାରଙ୍କ ନିଷ୍ପତ୍ତି: ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ ୭ ଲକ୍ଷ ଟଙ୍କା ସହାୟତା

Advertisment
ନୀତିଶ ସରକାରଙ୍କ ନିଷ୍ପତ୍ତି: ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ ୭ ଲକ୍ଷ ଟଙ୍କା ସହାୟତା

ପାଟନା: ବିହାର ରାଜ୍ୟ ମନ୍ତ୍ରୀ ପରିଷଦ ପୀଡ଼ିତ ପ୍ରତିକାର (ସଂଶୋଧନ) ସ୍କିମ ୨୦୧୮କୁ ସଂଶୋଧନ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦୁଷ୍କର୍ମ ଅଥବା ଏସିଡ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ମିଳିବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ମନ୍ତ୍ରୀପରିଷଦର ବୈଠକ ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ମନ୍ତ୍ରୀମଣ୍ଡଳ ସଚିବାଳୟ ବିଭାଗର ସ୍ୱତନ୍ତ୍ର ସଚିବ ଉପେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ବିହାର ପୀଡ଼ିତ ପ୍ରତିକାର ସ୍କିମ ୨୦୧୪ରେ ସଂଶୋଧନ କରାଯିବାର ଆବଶ୍ୟକତା ଥିଲା।

ପାଣ୍ଡେ କହିଛନ୍ତି ପ୍ରସ୍ତାବିତ ଯୋଜନାରେ ଜିଲ୍ଲା ପୀଡ଼ିତ ପ୍ରତିକାର ପାଣ୍ଠି ଗଠନ କରାଯିବା ପ୍ରସ୍ତାବ ଅଛି। ସେ କହିଛନ୍ତି, ଭାରତୀୟ ଦଣ୍ଡ ସଂହିତା ଧାରା ୩୫୭-ଏ ୬ ଅନୁସାରେ ପୀଡ଼ିତଙ୍କୁ ଉପଲବ୍ଧ କରାଯାଇଥିବା ଚିକିତ୍ସା ଖର୍ଚ୍ଚ ପାଣ୍ଠିରୁ କରାଯିବ। ପାଣ୍ଡେ କହିଛନ୍ତି ପୀଡ଼ିତା ୧୪ ବର୍ଷରୁ କମ ହୋଇଥିଲେ ୫୦ ପ୍ରତିଶତରୁ ଅଧିକ ରାଶି ମିଳିବ।

ନୀତିଶ ସରକାରଙ୍କ ନିଷ୍ପତ୍ତି ଯୋଗ୍ୟ ଅଟେ କିନ୍ତୁ ନୀତିଶ ସରକାରଙ୍କ ଏହି ନିଷ୍ପତ୍ତିରେ ୧୪ ବର୍ଷରୁ ଅଧିକ ବୟସର ଯୁବତୀ ମଧ୍ୟ ପ୍ରଶ୍ନ ଉଠାଇ ପାରନ୍ତି। ଏଭଳି ଦୁର୍ଘଟଣା ଯେକୌଣସି ମହିଳାଙ୍କ ସହିତ ହୋଇପାରେ। ଏହା ଯୁବତୀଙ୍କ ବୟସ ଦେଖି ହୋଇ ନଥାଏ। ନୀତିଶ ସରକାରଙ୍କ ନିଷ୍ପତ୍ତି ଯଦିଓ ସ୍ୱାଗତ ଯୋଗ୍ୟ। ତଥାପି ଏହା ୧୪ ବର୍ଷୀୟ ଯୁବତୀଙ୍କ କଲ୍ୟାଣ ପାଇଁ ହୋଇଛି। ଏହା ସମସ୍ତଙ୍କ ସହିତ ସମାନତା ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe