କେରଳରେ ମଡେଲଙ୍କୁ ଗଣଦୁଷ୍କର୍ମ

Advertisment
କେରଳରେ ମଡେଲଙ୍କୁ ଗଣଦୁଷ୍କର୍ମ

adobestock

ନୂଆଦିଲ୍ଲୀ: କେରଳର କୋଚିରେ ଜଣେ ମଡେଲଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗୁଣଦୁଷ୍କର୍ମର ଶିକାର ‌ହୋଇଥିବା ଏହି ୨୭ ବର୍ଷୀୟା‌ ପେସାଦାର ମଡେଲ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, କାକିନାଡ଼ାର ଏଦାଚିରାସ୍ଥିତ ଏକ ହୋଟେଲରେ ତାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ତାଙ୍କ ପାନୀୟରେ କିଛି ନିଶା ଜିନିଷ ମିଶାଇ ଦେଇଥିଲେ। କିଛି ସମୟ ଭିତର ପଟୁ ରୁମ୍‌ର କବାଟ ବନ୍ଦ କରି ତାଙ୍କ ସହ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ସମୟର କିଛି ଭିଡିଓ ରେକର୍ଡିଂ କରି ସେମାନଙ୍କ କଥା ନ ମାନିଲେ ବା ଥାନାରେ ଅଭିଯୋଗ କଲେ ସୋ‌ସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ମଡେଲଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ହୋଟେଲ ମାଲିକ ଓ ମ୍ୟାନେଜରଙ୍କୁ ପଚରାଉଚରା କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଦୁଇଜଣ ଫେରାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe