Advertisment

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ଦେଲେ ନାହିଁ ଅନୁମତି: ରୁଜୁ ହେଲା ମାମଲା

Advertisment
ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ଦେଲେ ନାହିଁ ଅନୁମତି: ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ରାଜସ୍ଥାନରେ ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇ ନଥିବା ଅଭିଯୋଗ ହୋଇଛି।

ଗଣଦୁଷ୍କର୍ମ ପୀଡ଼ିତା ଛ‌ାତ୍ରୀ ଜଣକ ଅଭିଯୋଗ କରି କହିଛନ୍ତି, ଗତବର୍ଷ ଅକ୍ଟୋବରରେ  ମାମୁଁ ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ମୋ ସହ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାପ‌ରେ ମୁଁ ପଢ଼ୁଥିବା ସ୍କୁଲ୍ କର୍ତ୍ତୃପକ୍ଷ ମୋତେ ସ୍କୁଲ ନଅ‌ାସି ଘରେ ରହି ପାଠପଢିବାକୁ କହିଥିଲେ। ପରୀକ୍ଷା ସମୟ ଆସିବାରୁ ମୁଁ ଯେତେବେଳେ ସ୍କୁଲକୁ ଆଡମିଟ୍ କାର୍ଡ ପାଇଁ ଯାଇଥିଲି ସ୍କୁଲ୍ କର୍ତ୍ତୃପକ୍ଷ ମୋତେ ଆଡମିଟ କାର୍ଡ ଦେବା ତ ଦୂରର କଥା ମୁଁ ସେ ସ୍କୁଲର ଛାତ୍ରୀ ନୁହେଁ ବୋଲି କହିଥିଲେ।

ଏହାପରେ ଅନ୍ୟ ଏକ ସ୍କୁଲର ଶିକ୍ଷକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ସେ ‌ମୋତେ ଅଜମେରର ଶିଶୁ କଲ୍ୟାଣ ଆୟୋଗଙ୍କୁ ଅଭିଯୋଗ କରିବା ପାଇଁ କହିଥିଲେ। ମୁଁ ତାଙ୍କ ପରାମର୍ଶରେ ଶିଶୁ କଲ୍ୟାଣ ଆୟୋଗଙ୍କ ନିକଟ‌ରେ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିବା ନେଇ ଏକ ମାମଲା ରୁଜୁ କରିଥିଲି।’

ସ୍କୁଲ୍ କର୍ତ୍ତୃପକ୍ଷ ଏହି ଘଟଣାକୁ ନେଇ କହିଛନ୍ତି, ଛାତ୍ରୀଜଣକ ଗତ ଚାରି ମାସ ହେବ ଶ୍ରେଣୀରେ ଅନୁପସ୍ଥିତ ରହିଥିଲା। ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ସେ ପରୀକ୍ଷା ପାଇଁ ଫର୍ମ ପୂରଣ କରି ନଥିବାରୁ ତାଙ୍କର ଆଡମିଟ କାର୍ଡ ଆସିନାହିଁ।’

ଛାତ୍ରୀଙ୍କ ଅଭିଯୋଗକୁ କେନ୍ଦ୍ର କରି ସିଡବ୍ଲୁସିର ସଭାପତି ଅଞ୍ଜଳି ଶର୍ମା କହିଛନ୍ତି ଯେ,  ଘଟଣାର ତଦନ୍ତ ଚାଲିଛି। ମାର୍ଚ୍ଚରେ ଛାତ୍ରୀ ଦେଇପାରି ନଥିବା ବୋର୍ଡ ପରୀକ୍ଷା କିପରି ଦେଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe