ଗତ ଦୁଇ ଦଶନ୍ଧିର ଦ୍ରୁତ ବିକାଶ ଗୁଜରାଟର ଗୌରବ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଗତ ଦୁଇ ଦଶନ୍ଧିର ଦ୍ରୁତ ବିକାଶ ଗୁଜରାଟର ଗୌରବ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Zee News

ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧିର ଦ୍ରୁତ ବିକାଶ ଗୁଜରାଟର ଗୌରବ ବୋଲି ଆଜି ନବସରିରେ ‘ଗୁଜରାଟ ଗୌରବ ଅଭିଯାନ’ରେ ଯୋଗ ଦେଇ ୩,୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଦ୍ବାରା ଜାରି ବିବୃତିରେ ଉଲ୍ଲେଖ ଅଛି, ଏସବୁ ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳରେ ଜଳଯୋଗାଣ ଉନ୍ନତ କରାଇବାରେ ସହାୟକ ହେବା, ଯୋଗାଯୋଗ ବୃଦ୍ଧି କରିବା ଏବଂ ଜୀବନଯାପନ ସହଜ କରାଇବ।

publive-image Image Courtesy of Zee News

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଅଭୂତପୂର୍ବ ଉନ୍ନତି ହୋଇଛି। ଗତ ଦୁଇ ଦଶନ୍ଧିରେ ହୋଇଥିବା ଦ୍ରୁତ ଉନ୍ନତି ଗୁଜରାଟର ଗୌରବ। ଗତ ୮ ବର୍ଷ ହେବ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ମନ୍ତ୍ର ଅନୁସରଣ କରି ଆମ ସରକାର ରାଜ୍ୟର ଜନକଲ୍ୟାଣ ପାଇଁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି।

ଗୁଜରାଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୁଜରାଟର ଚିଖ୍‌ଲିର ଆଦିବାସୀମାନେ ପାରମ୍ପରିକ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe