୪ ରାଜ୍ୟରେ ଦ୍ରୁତ ସଂକ୍ରମଣ: ଦେଶରେ ଦିନକରେ ୨୪,୮୫୦ ସଂକ୍ରମିତ

Advertisment
ଥଣ୍ଡା ଜ୍ବର କାଶ ହେଲେ ଚିକିତ୍ସା ଲାଗି କୋଭିଡ୍ କେୟାରେ ସେଣ୍ଟର ଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

Outlook India

ନୂଆଦିଲ୍ଲୀ : ଲଗାତାର ୨ ଦିନ ଧରି ଦେଶରେ ୨୦ ହଜାରରୁ ଅଧିକ ସଂକ୍ରମଣ ମାମଲା ରହୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୪ ହଜାର ୮୫୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୬୧୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧୯,୨୬୮ ରହିଛି। ଦେଶରେ ୨,୪୪,୮୧୪ ସକ୍ରିୟ ମାମଲା ଥିବାବେଳେ ୪,୦୯,୦୮୨ଜଣ ଆରୋଗ୍ୟ ହୋଇସାରିଛନ୍ତି। ୬୦.୮୦ ପ୍ରତିଶତ ଲୋକ ଏଯାବତ୍‌ ଆରୋଗ୍ୟ ହୋଇ ସାରିଛନ୍ତି। ଆଇସିଏମ୍‌ଆର ତଥ୍ୟ ଅନୁଯାୟୀ ଦେଶରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୯୫ ଲକ୍ଷ ୪୦ ହଜାର ୧୩୨ ନମୁନା ପରୀକ୍ଷା କରାଯାଇଛି ।ଗତକାଲି ୨ ଲକ୍ଷ ୪୨ ହଜାର ୩୮୩ ନମୁନା ଟେଷ୍ଟ୍‌ ହୋଇଛି। ଜୁନ୍‌ ୧ ତାରିଖରୁ ଏଯାବତ୍‌ ଦେଶରେ ୪ ଲକ୍ଷ ୫୭ ହଜାର ୭୮୦ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଗତ କିଛି ଦିନ ମଧ୍ୟରେ ଦକ୍ଷିଣ ଭାରତରେ ସଂକ୍ରମଣ ବଢ଼ି ଚାଲିଛି। ଦକ୍ଷିଣ ଭାରତରେ ୪ଟି ରାଜ୍ୟ ତଥା ତାମିଲନାଡ଼ୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଲଗାତାର ସଂକ୍ରମଣ ବଢ଼ୁଛି।

ଉକ୍ତ ୪ଟି ରାଜ୍ୟରେ ଜାତୀୟ ହାରାହାରିଠାରୁ ମଧ୍ୟ ସଂକ୍ରମଣ ଅଧିକ ରହୁଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ଅଧିକ ରହୁଥିଲେ ମଧ୍ୟ ଏହାର ଦୈନିକ ସଂକ୍ରମଣ ମାମଲା ଏବେ କମ୍ ରହିଛି। କିନ୍ତୁ ଏହି ୪ ଦକ୍ଷିଣ ରାଜ୍ୟରେ ସଂକ୍ରମଣ ବୃଦ୍ଧିହାର ଅଧିକ ରହୁଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ତାମିଲନାଡ଼ୁ ୨୮ ହଜାରରୁ ଅଧିକ ମାମଲା ଦେଖିଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ଶୁକ୍ରବାରଦିନ ୧ ଲକ୍ଷ ଟପିଯାଇଛି। କର୍ଣ୍ଣାଟକ, ତେଲେଙ୍ଗାନାରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଛି। ଆନ୍ଧ୍ରପ୍ରଦେଶ ମଧ୍ୟ ଗତ କିଛି ଦିନ ଧରି ଏଥିରେ ସାମିଲ ହୋଇଛି। ଆନ୍ଧ୍ରପ୍ରଦେଶରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ୫,୫୦୦ ମାମଲା ଚିହ୍ନଟ ହୋଇଛି। ତେବେ କେବଳ କେରଳରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। କିନ୍ତୁ ଗତ କିଛି ଦିନ ଧରି କେରଳରେ ସଂକ୍ରମଣ ମାମଲା ଅଧିକ ରହୁଛି। ରାଜ୍ୟରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ୧ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଜାତୀୟ ହାରାହାରିଠାରୁ କେରଳରେ ବି ସଂକ୍ରମଣ ବୃଦ୍ଧିହାର ଅଧିକ ରହୁଛି। ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫ ହଜାରରେ ପହଞ୍ଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe