ମୁମ୍ବାଇରେ କ୍ଷିପ୍ର ସଂକ୍ରମଣ: ୨୪ ଘଣ୍ଟାରେ ୩,୬୭୧ ନୂଆ ମାମଲା, ଗତକାଲି ତୁଳନାରେ ୪୬% ବୃଦ୍ଧି

Advertisment
ମୁମ୍ବାଇରେ କ୍ଷିପ୍ର ସଂକ୍ରମଣ: ୨୪ ଘଣ୍ଟାରେ ୩,୬୭୧ ନୂଆ ମାମଲା, ଗତକାଲି ତୁଳନାରେ ୪୬% ବୃଦ୍ଧି

ମୁମ୍ବାଇ : ମୁମ୍ବାଇରେ ଦୈନିକ ସଂକ୍ରମଣ ଅତି ଦ୍ରୁତ ଗତିରେ ବଢ଼ୁଛି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୩,୬୭୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବଦିନ ତୁଳନା‌ରେ ମୁମ୍ବାଇ ସଂକ୍ରମଣ ମାମଲାରେ ୪୬ ପ୍ରତିଶତ ବୃଦ୍ଧି ହୋଇଛି। ଏଥିସହ ମୁମ୍ବାଇରେ ସକ୍ରିୟ ମାମଲା ୧୧,୩୬୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୧୩,୧୫୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୪୩ ପ୍ରତିଶତ ବୃଦ୍ଧି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ୮୨,୪୦୨ ରହିଛି। ଦେଶରେ ଆଜି ସନ୍ଧ୍ୟା ସୁଦ୍ଧା ୯୬୧ ଓମିକ୍ରନ୍‌ ମାମଲା ରହିଛି। ଏଥିମଧ୍ୟରୁ ୨୬୩ଟି କେବଳ ଦିଲ୍ଲୀରେ ରହିଛି। ଗତ ୨୪ ଘଣ୍ଟାରେ ୨୬୮ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୮୦,୮୬୦କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୨୪ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୮.୩୮ ପ୍ରତିଶତ ରହିଛି ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୫,୪୦୦ ବୃଦ୍ଧି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe