ଦିଲ୍ଲୀରେ କୋଭିଡ୍-୧୯ ‌ରେପିଡ୍ ଟେଷ୍ଟିଙ୍ଗ୍ ପାଇଁ ଆଦେଶ ଜାରି, ୨୫ଟି କଏଦୀ ଭ୍ୟାନ୍ ହେବ ଭ୍ରାମ୍ୟମାଣ ଲ୍ୟାବ୍

Advertisment
ଦିଲ୍ଲୀରେ କୋଭିଡ୍-୧୯ ‌ରେପିଡ୍ ଟେଷ୍ଟିଙ୍ଗ୍ ପାଇଁ ଆଦେଶ ଜାରି, ୨୫ଟି କଏଦୀ ଭ୍ୟାନ୍ ହେବ ଭ୍ରାମ୍ୟମାଣ ଲ୍ୟାବ୍

Image Source: Hindustan Times

ନୂଆଦିଲ୍ଲୀ: ସହରର ୭୯ଟି କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ବ୍ୟାପକ ରାଣ୍ଡମ୍ ଟେଷ୍ଟିଙ୍ଗ୍ ଲାଗି ଦିଲ୍ଲୀ ପୁଲିସର ୨୫ଟି କଏଦୀ ଭ୍ୟାନ୍‌କୁ ଭ୍ରାମ୍ୟମାଣ ପରୀକ୍ଷାଗାର ଭାବେ ବ୍ୟବହାର କରିବାକୁ ଦିଲ୍ଲୀ ସରକାର ସୋମବାର ଦିନ ଆଦେଶ ଦେଇଛନ୍ତି।

ଆସନ୍ତା ତିନି ଚାରି ଦିନ ମଧ୍ୟରେ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ୪୦, ୦୦୦ ରେପିଡ୍ ଟେଷ୍ଟ୍‌ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଦିଲ୍ଲୀର ୧୧ଟି ଜିଲ୍ଲା ପାଇଁ ଦୁଇଟି ଭ୍ୟାନ୍ ଦିଆଯିବ। ବାକି ତିନୋଟି ଭ୍ୟାନ୍ ମୁଖ୍ୟାଳୟରେ ସୁବିଧା ଅସୁବିଧା ପାଇଁ ପ୍ରସ୍ତୁତ ହୋଇ ରହିବ।

କୌଣସି ଲକ୍ଷଣ ନ ଥାଇ ମଧ୍ୟ ଶନିବାର ଦିନ ୧୮୬ ଜଣ ବ୍ୟକ୍ତି କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଉଦ୍‌ବେଗ ପ୍ରକାଶ କରିବାର ଦିନକ ପରେ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ‘ନିରବ ସଂକ୍ରମଣକାରୀମାନେ’ ଅଜାଣତରେ ଅନ୍ୟମାନଙ୍କୁ ଆକ୍ରାନ୍ତ କରାଉଥିବାରୁ ସେମାନଙ୍କୁ ଚିହ୍ନଟ କରି ଏକାନ୍ତରେ ରଖିବାକୁ ଏ ଭଳି ପଦକ୍ଷେପର ଆବଶ୍ୟକତା ଥିଲା ବୋଲି କୁହାଯାଉଛି।

ଏଠାରେ ପ୍ରକାଶଯୋଗ୍ୟ ଯେ ଆଜି ସମଗ୍ର ଦେଶରେ ଲକ୍‌ଡାଉନ୍ କଟକଣା ଆଂଶିକ କୋହଳ କରାଯାଉଥିଲେ ବି ଦିଲ୍ଲୀ ସରକାର ତାହା କରି ନାହାନ୍ତି। ଦିଲ୍ଲୀ ୧୧ଟିଯାକ ରାଜସ୍ବ ଜିଲ୍ଲାକୁ ଭାଇରସ୍ ହଟ୍‌ଷ୍ପଟ୍ ଭାବେ ଘୋଷଣା କରାଯାଇଛି। ଏପ୍ରିଲ୍ ୨୭ ତାରିଖ ଦିନ ସରକାର ଦିଲ୍ଲୀର ସ୍ଥିତି ସମୀକ୍ଷା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe