କରୋନା ରିପୋର୍ଟ ପଜିଟିିଭ ଆସିବା ପରେ ରିପୋର୍ଟ ଭୁଲ ଥିବା କହିଲେ ରଫତାର

Advertisment
କରୋନା ରିପୋର୍ଟ ପଜିଟିିଭ ଆସିବା ପରେ ରିପୋର୍ଟ ଭୁଲ ଥିବା କହିଲେ ରଫତାର

ndtv

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ରାପର ତଥା ସଙ୍ଗୀତକାର ରଫତାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ସେ ନିଜ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ରାପର୍ ତାଙ୍କ ଇନଷ୍ଟାଗ୍ରାମ ଜରିଆରେ କରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା କଥା କହିବା ସହ ନିଜର ଆଗାମୀ ପରୀକ୍ଷାକୁ ଅପେକ୍ଷା କରିଥିବା କହିଛନ୍ତି।

ଭିଡିଓ ଜାରି କରି, ମୋତେ ମୋର ସୋ’ ରୋଡିଜ୍ ଯିବାକୁ ପଡୁଥିଲା | ଏଥିପାଇଁ ମୋତେ କୋଭିଡ-୧୯ ପରୀକ୍ଷା ଦେବାକୁ ପଡୁଥିଲା | ମୋର ପ୍ରଥମ ଦୁଇଟି ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ଆଜି ଆସିଥିବା ମୋର ତୃତୀୟ ପରୀକ୍ଷା ଫଳାଫଳ ପଜିଟିଭ ଆସିଛି | ବିଏମସି ମୋତେ ଆଇସୋଲେସନରେ ରହିବାକୁ କହିଛି, ତେଣୁ ମୁଁ ନିଜକୁ ଘରେ ସଙ୍ଗରୋଧ କରି ରଖିଛି | ମୁଁ ମୋର ପରବର୍ତ୍ତୀ କୋଭିଡ-୧୯ ପରୀକ୍ଷାକୁ ଅପେକ୍ଷା କରିଛି। କାରଣ ମୁଁ ଅନୁଭବ କରୁଛି ଯେ, କିଛି ବୈଷୟିକ ତ୍ରୁଟି ରହିଛି। କରୋନାର କୌଣସି ଲକ୍ଷଣ ନଥାଇ ବି ମୋ ରିପୋର୍ଟ ପଜିଟିଭ ଆସିଛି। ତଥାପି, ନିଜକୁ ଅଲଗା କରିବା ମୋର କର୍ତ୍ତବ୍ୟ ଏବଂ ମୁଁ ତୁମ ସମସ୍ତଙ୍କୁ ନିଶ୍ଚିତ କରୁଛି ଯେ ମୁଁ ଫିଟ୍ ଏବଂ ଭଲ ଅଛି। ମୁଁ ତୁମକୁ ମୋର ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍ କରିବି। ବ୍ୟସ୍ତ ହୁଅ ନାହିଁ ବୋଲି କହିଛନ୍ତି ରାପର ରଫତାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe