ଧାର: ମଧ୍ୟପ୍ରଦେଶର ଐତିହାସିକ ତଥା ସମ୍ବେଦନଶୀଳ ଭୋଜଶାଳା-କମଲ ମୌଲା ମସଜିଦ ପରିସରରେ ଆଜି ବସନ୍ତ ପଞ୍ଚମୀ ଉତ୍ସବ ଏବଂ ଜୁମା ନମାଜର ଏକ ବିରଳ ସଂଯୋଗ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଚଳିତ ବର୍ଷର ବସନ୍ତ ପଞ୍ଚମୀ ଏବଂ ଶୁକ୍ରବାର ଏକାସାଙ୍ଗରେ ପଡ଼ିଥିବାରୁ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।   ଆଜି ସୂର୍ଯ୍ୟୋଦୟ ପରେ  ସକାଳୁ ପୂଜା ଆରମ୍ଭ ହେଲା ଏବଂ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାଲିଥିଲା।  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୁସଲମାନ ସଂପ୍ରଦାୟ ସେମାନଙ୍କୁ ଦିଆଯାଇଥିବା ସ୍ଥାନରେ ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ନମାଜ ପାଠ କରିଛନ୍ତି। ଜିଲ୍ଲା ପ୍ରଶାସନ ଆଜି ଏ ସଂକ୍ରାନ୍ତ ବିସ୍ତୃତ ସୂଚନା ଜାରି କରିଛି।    ଉଭୟ ହିନ୍ଦୁ ଏବଂ ମୁସଲମାନ ଏକାଠି ଗୋଟିଏ ପରିସରରେ ସେମାନଙ୍କ ଧର୍ମ ଅନୁଯାୟୀ ପୂଜା ଏବଂ ନମାଜ ପାଠ କରିଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ। ପରିସରରେ ଶାନ୍ତି ବଜାୟ ରହିଛି।   ସହରରେ ପାଖାପାଖି ୮ ହଜାର ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି।    

Advertisment

Accident: ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

କଡ଼ା ସୁରକ୍ଷା ବ୍ୟବସ୍ଥା, ଶାନ୍ତି ଜାରି

ଆଜି ସୂର୍ଯ୍ୟୋଦୟ ପରେ ଐତିହାସିକ ଭୋଜଶାଳାରେ  ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇଥିଲେ।  ସ୍ଥାନୀୟ ଏକ ସଂଗଠନ ଭୋଜ ଉତ୍ସବ ସମିତିର ସଦସ୍ୟମାନେ ଦେବୀ ସରସ୍ବତୀଙ୍କର ଏକ ଫଟୋ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ।    ବିବାଦୀୟ ପରିସରକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ସହରକୁ ୭ଟି ଜୋନ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତିଟି ରାସ୍ତାକୁ ଅତି ଭଲଭାବେ ଯାଞ୍ଚ କରାଯାଥିଲା।  ଡ୍ରୋନ୍‌ ଏବଂ ସିସିଟିଭି କ୍ୟାମେରା ଦ୍ବାରା କଡ଼ା ନଜର ରଖାଯାଇଥିଲା।  
ଉଲ୍ଲେଖଯୋଗ୍ୟ, ବସନ୍ତ ପଞ୍ଚମୀ ଓ ଶୁକ୍ରବାର ନମାଜ ପାଠ ଗୋଟିଏ ଦିନରେ ପଡୁଥିବାରୁ ଭୋଜଶାଳା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଏକ ଐତିହାସିକ ରାୟ ଦେଇ କହିଥିଲେ ଯେ  ପୂଜା ଓ ଶୁକ୍ରବାର ନମାଜ ପାଠ ଉଭୟ ଭୋଜଶାଳାରେ ଅନୁଷ୍ଠିତ ହେବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ପୂଜା ଓ ନମାଜ ପାଠ କରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯାଇଥିଲା ।

Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ