Image Courtesy of Hindustan Times
ଡେରାଡୁନ୍: ନିକଟ ଅତୀତରେ ଉତ୍ତରାଖଣ୍ଡସ୍ଥିତ ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ଗୋଟାଏ ଦୁର୍ଲଭ ତୁଷାର କଲରାପତ୍ରିଆ, ଗୋଟାଏ ବାଦାମୀ ହିମାଳୟ ଭାଲୁ ଓ କେତୋଟି ହିମାଳୟ ତହର (ପାହାଡ଼ୀ ଛେଳି ଓ ମେଣ୍ଢା ପ୍ରଜାତିର ପ୍ରାଣୀ) ଦେଖା ଦେଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଏହା ସମ୍ପୃକ୍ତ ଅଞ୍ଚଳର ସମୃଦ୍ଧ ଜୈବ ବିବିଧତାର ସୂଚନା ଦେଉଛି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
Image Courtesy of Akron Zooଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନର ଉପଖଣ୍ଡ ବନ ଅଧିକାରୀ ଆର୍ ଏନ୍ ଶ୍ରୀବାସ୍ତବ କହିଛନ୍ତି, ଗତ କିଛି ସପ୍ତାହ ହେବ ତୁଷାର କଲରାପତ୍ରିଆ, ବାଦାମୀ ହିମାଳୟ ଭାଲୁ, ହିମାଳୟ ତହର ଏବଂ କେତେ ଗୁଡ଼ାଏ କ୍ଷୁଦ୍ର ଜୀବଜନ୍ତୁ ଦେଖାଯିବା ସହ ଉଦ୍ୟାନରେ ଲଗାଯାଇଥିବା କ୍ୟାମେରାରେ ସେମାନଙ୍କର ଫଟୋ ଉଠିଛି। ଏହି ଉଦ୍ୟାନ ଜୈବ ବିବିଧତା ସମୃଦ୍ଧ ବୋଲି ଏହି ପ୍ରାଣୀମାନଙ୍କ ଉପସ୍ଥିତି ସୂଚନା ଦେଉଛି।
ତୁଷାର କଲରାପତ୍ରିଆ ଗଣନା ପ୍ରକ୍ରିୟାରେ ବନ କର୍ମଚାରୀମାନେ ପାଟ୍ରୋଲିଙ୍ଗ୍ କରିବା ବେଳେ ଏହି ଜନ୍ତୁମାନଙ୍କୁ ଦେଖିଛନ୍ତି। ଗଣନା ପ୍ରକ୍ରିୟା ନିମନ୍ତେ ୨୫ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି। ନଭେମ୍ବର ୨ ତାରିଖରୁ ବନ ବିଭାଗ ତୁଷାର କଲରାପତ୍ରିଆ ଗଣନା ପ୍ରକ୍ରିୟା ଆରମ୍ଭ କରିଛି।
Follow Us