କୋଭିଡ୍-୧୯ ପରିସ୍ଥିତି ଯୋଗୁଁ ଏ ବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଭବନକୁ ମାତ୍ର ୯୦ଜଣ ଅତିଥିଙ୍କୁ ଆମନ୍ତ୍ରଣ

Advertisment
କୋଭିଡ୍-୧୯ ପରିସ୍ଥିତି ଯୋଗୁଁ ଏ ବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଭବନକୁ ମାତ୍ର ୯୦ଜଣ ଅତିଥିଙ୍କୁ ଆମନ୍ତ୍ରଣ

Image Courtesy of Hindustan Times

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜନ ହେଉଥିବା ‘ଆଟ୍‌ ହୋମ୍’ ଉତ୍ସବକୁ ସାଧାରଣତଃ ୧୫୦୦ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଉଥିବା ବେଳେ ଏଥର କୋଭିଡ୍-୧୯ ସଂକ୍ରମଣଜନିତ ପରିସ୍ଥିତି ଯୋଗୁଁ ସର୍ବାଧିକ ୯୦ଜଣ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି ତାଲିକା ପ୍ରସ୍ତୁତ ହୋଇଛି।

ରାଷ୍ଟ୍ରପତି ଭବନସୂତ୍ରରୁ ଜଣାପଡ଼ିଛି ଯେ, ବିଧିରକ୍ଷା ନିମନ୍ତେ ଅଳ୍ପକେ ଉତ୍ସବ ପାଳନ କରାଯିବ। ସେଥିପାଇଁ ଯଥା ସମ୍ଭବ ଅତି କମ୍ ସଂଖ୍ୟକ ଅତିଥିଙ୍କୁ ଡକାଯାଇଛି। ତେଣୁ, ଅଗଷ୍ଟ ୧୫ ଦିନ ରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ପାରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଛଡ଼ା କ୍ୟାବିନେଟ୍‌ର ନିରାପତ୍ତା କମିଟି ଏବଂ ଅଳ୍ପ କେତେକ ବରିଷ୍ଠ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ। ମନ୍ତ୍ରୀମାନଙ୍କ ସଂଖ୍ୟା ୧୦ରୁ ଅଧିକ ହେବ ନାହିଁ।

publive-image Image Courtesy of India.Com

ସେହିପରି ନ୍ୟାୟପାଳିକାରୁ ଆମନ୍ତ୍ରଣ ପାଇ‌ବେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ୍ ପଟେଲାଣ୍ଡ୍‌ ଏବଂ ସୁପ୍ରିମ୍ କୋର୍ଟର ଅଳ୍ପ କେତେକ ବରିଷ୍ଠ ବିଚାରପତି।

ଅମଲାମାନଙ୍କ ମଧ୍ୟରୁ କେବଳ କ୍ୟାବିନେଟ୍ ସଚିବ ଏବଂ ଅଳ୍ପ କେତେକ ବରିଷ୍ଠ ସଚିବଙ୍କୁ ନିମନ୍ତ୍ରଣ କରାଯାଇ ପାରେ। ଗତବର୍ଷ କିନ୍ତୁ, ଏହି ଉତ୍ସବକୁ ଅନ୍ୟୂନ ୭୦ଜଣ ସଚିବ ଦମ୍ପତି ଆସିଥିଲେ। ଏଥର ସଚିବମାନେ ଏକା ଏକା ଆସିବେ। ମାତ୍ର ୧୦ଜଣ ପ୍ରମୁଖ କୂଟନୀତିଜ୍ଞଙ୍କୁ ନିମନ୍ତ୍ରଣ କରାଯିବ। ଫୁଡ୍‌ ଷ୍ଟଲ୍‌ରୁ ଖାଦ୍ୟ ପରିବେଷଣ ପରିବର୍ତ୍ତେ ଅତିଥିମାନଙ୍କୁ ଖାଦ୍ୟ ପୁଡ଼ିଆ ଏବଂ ପାଣି ବୋତଲ ପ୍ରଦାନ କରାଯିବ।

ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏଥର ଡକାଯାଇ ନ ପାରେ। ପ୍ରବେଶ ପଥରେ ଅତିଥିମାନଙ୍କୁ ଥର୍ମୋମିଟର୍, ସାନିଟାଇଜର୍ ଏବଂ ମାସ୍କ ଦ୍ବାରା ସ୍ବାଗତ କରାଯିବ। ଅର୍ଥାତ୍ ଯଦି କୌଣସି ଅତିଥିଙ୍କ ମାସ୍କ ଅନୁପଯୁକ୍ତ ବୋଲି ବିବେଚନା କରାଯାଏ, ତାଙ୍କୁ ଏନ୍୯୫ ମାସ୍କ୍‌ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe