ନୂଆଦିଲ୍ଲୀ : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ବର ପତ୍ର ସୂଚନା କାର୍ଯ୍ୟାଳୟଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳନ କରାଯାଇଛି। ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତା ରକ୍ଷା ଦିଗରେ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିବାପାଇଁ ଏକ ଶପଥ ପାଠ ସଭା ଆୟୋଜିତ ହୋଇଛି। ଏଥିରେ ପତ୍ରସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ବଦ୍ରିନାରାୟଣ ଅଧିକାରୀ, ଆକାଶବାଣୀ ଭୁବନେଶ୍ବର ସମ୍ବାଦଦାତା ସୁଧାଂଶୁ ଶେଖର ଧଡ଼ା, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାଶ, ଆଞ୍ଚଳିକ ଜନ ସମ୍ପର୍କ ବ୍ୟୁରୋର ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ପରିଡ଼ା, କ୍ଷେତ୍ରପ୍ରଚାର ସହାୟକ ମନୋଜ ପାତ୍ର, ପତ୍ରସୂଚନା କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଏବଂ ସ୍ବାଧୀନ ଶକ୍ତିପ୍ରସାଦ ପ୍ରମୁଖ ଯୋଗଦେଇ ଶପଥପାଠ କରିଥିଲେ। ଏହି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଏବଂ ଜାତୀୟ ସଂହତି ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସେହିପରି ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିେର େକନ୍ଦ୍ର ସଂସଦୀୟ ବ୍ୟାପାର, ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ବୟନ ରାଷ୍ଟ୍ର ମନ୍ତ୍ରୀ ବିଜୟ ଗୋଏଲ ଏବଂ ଜଳ ସମ୍ପ ଏବଂ ଗଙ୍ଗା ସଂରକ୍ଷଣ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଭାପତିତ୍ବ କରିଥିଲେ।
ପିଆଇବିରେ ରାଷ୍ଟ୍ରୀୟ ଏକତା ଦିବସ
Advertisment
Follow Us