Advertisment

Nepal Election: ବାଲେନ ଶାହ ହୋଇପାରନ୍ତି ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

Advertisment

ନେପା‌ଳରେ ରାପର୍‌ ତଥା ରାଜନେତା ବାଲେନ୍ଦ୍ର ଶାହଙ୍କ ନବଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ବିପୁଳ ବିଜୟ ଦିଗରେ ଗତି କରୁଛି। ନେପାଳରେ ଜେନ୍‌ ‘ଜି’ ବିକ୍ଷୋଭ ଓ ହିଂସା ପରେ ପ୍ରଥମ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି।

ନେପା‌ଳରେ ରାପର୍‌ ତଥା ରାଜନେତା ବାଲେନ୍ଦ୍ର ଶାହଙ୍କ ନବଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ବିପୁଳ ବିଜୟ ଦିଗରେ ଗତି କରୁଛି। ନେପାଳରେ ଜେନ୍‌ ‘ଜି’ ବିକ୍ଷୋଭ ଓ ହିଂସା ପରେ ପ୍ରଥମ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି।

07bbs_26_07032026_112

କାଠମାଣ୍ଡୁ: ନେପା‌ଳରେ ରାପର୍‌ ତଥା ରାଜନେତା ବାଲେନ୍ଦ୍ର ଶାହଙ୍କ ନବଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ବିପୁଳ ବିଜୟ ଦିଗରେ ଗତି କରୁଛି। ନେପାଳରେ ଜେନ୍‌ ‘ଜି’ ବିକ୍ଷୋଭ ଓ ହିଂସା ପରେ ପ୍ରଥମ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ୧୬୫ ଆସନରୁ ୧୬୧ ଆସନରେ ଗଣତି ଚାଲିଥିବାବେଳେ ଆର୍‌ଏସ୍‌ପି ୬ଟି ଆସନରେ ବିଜୟ ହୋଇଛି ଓ ଆଉ ୧୧୦ ଆସନରେ ଆଗୁଆ ରହିଛି। କାଠମାଣ୍ଡୁ ମେୟର ବାଲେନ ଶାହ ଝାପା -୫ ନିର୍ବାଚନ ମଣ୍ଡଳୀରୁ ସଂସଦୀୟ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବାବେଳେ ଏପର୍ଯ୍ୟନ୍ତ ୧୫,୦୦୦ରୁ ଅଧିକ ଭୋଟ ପାଇଛନ୍ତି।

ଆହୁରି ପଢ଼ନ୍ତୁ: Nepal General Election: ନେପାଳ ସାଧାରଣ ନିର୍ବାଚନ: ବିପୁଳ ବିଜୟ ଦିଗରେ ଜେନ୍‌ ଜିଙ୍କ ପସନ୍ଦ ବାଲେନ୍‌ ଶାହ

ଏହି ଆସନରେ ତାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି ସିପିଏନ୍‌-ୟୁଏମ୍‌ଏଲ୍‌ ଅଧ୍ୟକ୍ଷ କେ ପି ଶର୍ମା ଓଲି। ପୂର୍ବତନ ପ୍ରଧାନମନ୍ତ୍ରୀ ଓଲିଙ୍କର ଏହା ଗଡ଼ କୁହାଯାଉଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ସେ ୩,୩୦୦ ଭୋଟ ପାଇଛନ୍ତି। ୩୫ ବର୍ଷୀୟ ବାଲେନ୍‌ ଶାହ ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପେସାରେ ସେ ଜଣେ ଇଞ୍ଜିନିୟର ମଧ୍ୟ। ସୂଚନାଯୋଗ୍ୟ ନେପାଳରେ ଗତ ୧୮ ବର୍ଷରେ ୧୪ ଥର ସରକାର ଗଠନ ହୋଇସାରିଲାଣି। ଜେନ୍‌ ଜି ଗତବର୍ଷ ଏକ ସରକାରର ପତ୍ତନ ଘଟାଇଥିବାବେଳେ ଚଳିତ ବର୍ଷ ନୂଆ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe