ଏୟାର ଇଣ୍ଡିଆ ବିମାନରେ ମୂଷା! ଯାତ୍ରାରେ ୧୨ଘଣ୍ଟା ବିଳମ୍ବ

ଏୟାର ଇଣ୍ଡିଆ ବିମାନରେ ମୂଷା! ଯାତ୍ରାରେ ୧୨ଘଣ୍ଟା ବିଳମ୍ବ

ହାଇଦ୍ରାବାଦ: ଗତ ରବିବାର ରାଜୀବ ଗାନ୍ଧି ଅନ୍ତଜାର୍ତୀୟ ବିମାନବନ୍ଦର (ଆରଜିଆଇଏ)ରେ ହାଇଦ୍ରାବାଦରୁ ବିଶାଖାପଟଣା ଅଭିମୁଖେ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନ ପାଖାପାଖି ୧୨ ଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା। ଏହାର କାରଣ ବିମାନରେ ମୂଷା ଥିବା ସୂଚନା ମିଳିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ରବିବାର ସକାଳ ୬ଟାରେ ଏୟାରଇଣ୍ଡିଆ ବିମାନ ଯାତ୍ରା ଆରମ୍ଭ କରିବାର ସମୟ ନିଶ୍ଚିତ ହୋଇଥିଲା। ଏହି ସମୟରେ କେବିନ୍‌ କ୍ରିୟୁ ସଦସ୍ୟ  ବିମାନରେ ମୂଷା ଦେଖିଥିଲେ। ଏହାପରେ ଏୟାର ଇଣ୍ଡିଆ ଅଧିକାରୀ ଓ ଇଞ୍ଜିନିୟରିଙ୍ଗ ବିଭାଗ ତୁରନ୍ତ ବିମାନରେ ମୂଷାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିବା ସହିତ ମୂଷା ହେତୁ ବିମାନରେ କୌଣସି  କ୍ଷତି ହୋଇଛି କି ନାହିଁ ତାହା ଖୋଜିଥିଲେ। ବିମାନରେ ସମସ୍ତ ଯାଞ୍ଚ ସରିବା ପରେ ବିମାନଟି ପୁଣି ସନ୍ଧ୍ୟା ୫.୩୦ରେ ଯାତ୍ରା ଆରମ୍ଭ କରିଥିଲା।

publive-image

ବିଶାଖାପାଟଣାରେ ଓହ୍ଲାଇବା ପରେ ଏହି ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ନିଶ୍ଚିତ କରାଯାଇଥିଲା। ତେଣୁ ଅତ୍ୟଧିକ ବିଳମ୍ବ ହେତୁ ହାଇଦ୍ରାବାଦ ଓ ବିଶାଖାପାଟଣାରୁ ଏହି ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରଥିଲେ। କେହି କେହି ଯାତ୍ରୀ ବିମାନ ବିଳମ୍ବ ହେତୁ ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ସୋସିଆଲ ମିଡିଆରେ ସାହାଯ୍ୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe