ପ୍ରେମରେ ପଡ଼ିଥିଲେ ରତନ ଟାଟା, କିନ୍ତୁ ପ୍ରେମିକାଙ୍କୁ ବିବାହ କରିପାରି ନଥିଲେ...ଜାଣନ୍ତୁ କାହିଁକି

ପ୍ରେମରେ ପଡ଼ିଥିଲେ ରତନ ଟାଟା, କିନ୍ତୁ ପ୍ରେମିକାଙ୍କୁ ବିବାହ କରିପାରି ନଥିଲେ...ଜାଣନ୍ତୁ କାହିଁକି

ମୁମ୍ବାଇ: ଆଜି ପ୍ରେମୀ ଦିବସ- ଭାଲେଣ୍ଟାଇନ୍ସ ଡେ । ଏହି ଅବସରରେ ଆସନ୍ତୁ ଜାଣିବା  ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପ୍ରେମକାହାଣୀ। ଏକ ସାକ୍ଷାତକାରରେ ଟାଟା  କହିଛନ୍ତି, ସେ ପ୍ରେମରେ ପଡ଼ିଥିଲେ କିନ୍ତୁ ବିବାହ କରିପାରି ନଥିଲେ। ଆଉ ବିବାହରେ ବାଧକ ସାଜିଥିଲା ୧୯୬୨ର ଭାରତ-ଚୀନ ଯୁଦ୍ଧ । ଲସ୍‌ ଆଞ୍ଜେଲ୍‌ସରେ ପଢିଲାବେଳେ ପ୍ରେମରେ ପଡ଼ିଥିଲେ ବୋଲି ରତନ ଟାଟା ଲୋକପ୍ରିୟ ଫେସ୍‌ବୁକ ପୃଷ୍ଠା ‘ହ୍ୟୁମାନ୍‌ସ ଅଫ୍‌ ବମ୍ବେ’କୁ କହିଛନ୍ତି। ଟାଟା କହିଛନ୍ତି, ସେ ଚାହୁଁଥିଲେ ତାଙ୍କ ପ୍ରେମିକା ଭାରତ ଆସନ୍ତୁ ଓ ତାଙ୍କ ଜେଜେମାଙ୍କ ଉପସ୍ଥିତିରେ ବିବାହ ହେଉ। ମାତ୍ର ସେ ସମୟରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଲାଗିଥିବାରୁ ପ୍ରେମିକାଙ୍କ ଅଭିଭାବକ ଭାରତ ଆସିବାକୁ ରାଜି ହୋଇ ନ ଥିଲେ। ଫଳରେ ବିବାହ ହୋଇ ପାରି ନ ଥିଲା।

publive-image

ଏହି ସାକ୍ଷାତକାରରେ ରତନ ଟାଟା ତାଙ୍କ ଜୀବନର ଅନେକ ବ୍ୟକ୍ତଗତ କଥା ବଖାଣିଛନ୍ତି। ସେ ଯେତେବେଳେ ୧୦ ବର୍ଷର ବାଳକ ଥିଲେ, ବାପା-ମା ଛାଡ଼ପତ୍ର ଦେଇଥିଲେ। ତାଙ୍କ ଜେଜେମା’ ନବଜବାଇ ଟାଟା ତାଙ୍କୁ କିପରି ଲାଳନପାଳନ କରିଥିଲେ ଏବଂ ଜୀବନର ମୂଲ୍ୟବୋଧ ଶିକ୍ଷା ଦେଇଥିଲେ ସେ ସମ୍ପର୍କରେ ରତନ କହିଛନ୍ତି। ଗତ ରାତିରେ ରତନ ଟାଟା ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ସେ ପିଲାଦିନେ ଭାୟୋଲିନ ବଜାଇବାକୁ ଚାହୁଥିଲେ, ମାତ୍ର ବାପା ତାଙ୍କୁ ପିଆନୋ ଶିକ୍ଷା ଦେଉଥିଲେ। ସେ ଆମେରିକାରେ ପଢ଼ିବାକୁ ଇଛା କରୁଥିଲେ, କିନ୍ତୁ ବାପା ତାଙ୍କୁ ଲଣ୍ଡନରେ ପଢ଼ାଇଥିଲେ। ଶେଷରେ ରତନ ଆମେରିକାର କର୍ଣ୍ଣେଲ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଏଥିପାଇଁ ଜେଜେମା’ଙ୍କୁ ଧନ୍ୟବାଦ ଦେଇଛନ୍ତି ରତନ।

ଶିକ୍ଷା ସମାପ୍ତ କରେ ରତନ ଲସ୍‌ ଆଞ୍ଜେଲ୍‌ସରେ ୨ ବର୍ଷ ପାଇଁ ଚାକିରି କରିଥିଲେ। ଆଉ ଏହି ସମୟକୁ ସେ ତାଙ୍କ ଜୀବନର ଏକ ଉପଭୋଗ୍ୟ ସମୟ ଥିଲା ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe