ଏୟାର ଇଣ୍ଡିଆର ଯାତ୍ରୀମାନଙ୍କ ପାଇଁ ରତନ ଟାଟା ଦେଲେ ସ୍ଵତନ୍ତ୍ର ବାର୍ତ୍ତା, ଜାଣନ୍ତୁ କ’ଣ କହିଛନ୍ତି ସେ

Advertisment
ଏୟାର ଇଣ୍ଡିଆର ଯାତ୍ରୀମାନଙ୍କ ପାଇଁ ରତନ ଟାଟା ଦେଲେ ସ୍ଵତନ୍ତ୍ର ବାର୍ତ୍ତା, ଜାଣନ୍ତୁ କ’ଣ କହିଛନ୍ତି ସେ

Photo Courtesy: BusinessToday.In

ନୂଆଦିଲ୍ଲୀ: ଦୀର୍ଘ ୬୯ ବର୍ଷ ପରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ କିଣିବା ପରେ ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟା ଏୟାର ଇଣ୍ଡିଆର ଯାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ବାର୍ତ୍ତ ଦେଇଛନ୍ତି। ସେ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ‌କୁ ସୁପରିଚାଳିତ କରିବା ପାଇଁ ପ୍ରତିଜ୍ଞା କରିବା ସହିତ ଯାତ୍ରୀମାନଙ୍କୁ ଉତ୍ସାହର ସହ ସ୍ଵାଗତ କରିଛନ୍ତି। ଏୟାର ଇଣ୍ଡିଆର ଉଡାଣ ସମୟରେ ରେକର୍ଡ କରାଯାଇଥିବା ଏକ ବାର୍ତ୍ତାରେ ରତନ ଟାଟା କହିଛନ୍ତି, ଟାଟା ଗ୍ରୁପ ଏୟାର ଇଣ୍ଡିଆର ନୂଆ ଗ୍ରାହକମାନଙ୍କୁ ସ୍ଵାଗତ କରୁଛି। ଯାତ୍ରୀମାନଙ୍କ ସୁବିଧା ଓ ସେବା ପାଇଁ ଏୟାର ଇଣ୍ଡିଆକୁ ପସନ୍ଦଯୋଗ୍ୟ ଏୟାର ଲାଇନ୍ ଭାବେ ଗଢ଼ିବାକୁ ମିଳିମିଶି କାମ କରିବାକୁ ଟାଟା ଗ୍ରୁପ ଉତ୍ସାହିତ ଅଛି।

ଏହି ବାର୍ତ୍ତା ଏଆର ଇଣ୍ଡିଆ ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ମଧ୍ୟ ସେୟାର କରିଛି। ଏୟାର ଇଣ୍ଡିଆ ରେକର୍ଡ କରାଯାଇଥିବା ବାର୍ତ୍ତାକୁ ଇନଷ୍ଟାଗ୍ରାମ ଓ ଟ୍ଵିଟରରେ ସେୟାର କରି ଲେଖିଛି, ଟାଟା ସନ୍ସର ଚେୟାରମ୍ୟାନ ଶ୍ରୀଯୁକ୍ତ ରତନ ଟାଟା ଉତ୍ସାହର ସହ ଏଆର ଇଣ୍ଡିଆର ଯାତ୍ରୀଙ୍କୁ ସ୍ଵାଗତ କରିଛନ୍ତି।

ସରକାରଙ୍କ ନିୟନ୍ତ୍ରଣରେ ପାଖାପାଖି ୬୯ ବର୍ଷ ରହିବା ପରେ ଏୟାର ଇଣ୍ଡିଆ ଗତ ସପ୍ତାହରେ  ଟାଟା ଗ୍ରୁପ ହାତକୁ ଆସିଛି । ଟାଟା ୧୯୩୨ ମସିହାରେ ଟାଟା ଏଆର ଲାଇନ୍ସର ସ୍ଥାପନା କରିଥିଲା। ୧୯୪୬ରେ ଏହାର ନାମ ପରିବର୍ତ୍ତନ କରି ଏଆର ଇଣ୍ଡିଆ ରଖାଯାଇଥିଲା। ଭାରତ ସରକାର ୧୯୫୩ ମସିହାରେ ଏୟାର ଇଣ୍ଡିଆକୁ ହାତକୁ ନେଇଥିଲେ। କିନ୍ତୁ ଜେଆରଡି ଟାଟା ୧୯୭୭ ପର୍ଯ୍ୟନ୍ତ ଏହାର ଅଧ୍ୟକ୍ଷ ଥିଲେ।

ଭାରତ ସରକାର ଗତବର୍ଷ ଅକ୍ଟୋବର ୮ରେ ଏଆର ଇଣ୍ଡିଆକୁ ଟାଟା ଗ୍ରୁପର ସହାୟକ କମ୍ପାନୀ ଟେଲେସ୍ ପ୍ରାଇଭେଟ୍ ଲିମିଟେଡକୁ ୧୮ ହଜାର କୋଟି ଟଙ୍କାରେ ବିକିବାକୁ ନିଷ୍ପତ୍ତି କରିଥିଲେ। ଅନ୍ୟ କମ୍ପାନୀ ସହ ପ୍ରତିଦ୍ଵନ୍ଦ୍ଵିତା କରି ଏୟାର ଇଣ୍ଡିଆକୁ କିଣିବା ପରେ ସେତେବେଳେ ରତନ ଟାଟା ବିମାନରୁ ତଳକୁ ଓହ୍ଲାଉଥିବା ଜେଆରଡି ଟାଟାଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲେଖିଥିଲେ, ଏଆର ଇଣ୍ଡିଆକୁ ନିଲାମରେ ଜିତିବା ଟାଟା ଗ୍ରୁପ ପାଇଁ ବହୁତ ବଡ ଖବର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe