ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଲା ପୋଷାକୁକୁର

Advertisment

ପୋଷା କୁକୁର ଗୋଆ ରତନ ଟାଟାଙ୍କୁ ଶେଷ ଥର ଦେଖିବା ନ୍ୟାସନାଲ ସେଣ୍ଟର ଫର ଦ ପରଫାର୍ମିଙ୍ଗ ଆର୍ଟସରେ ପହଞ୍ଚିଛି। ୧୧ବର୍ଷ ପୂର୍ବେ ଏହି ପୋଷା କୁକୁରକୁ ରତନ ଟାଟା ଗୋଆରୁ ଆଣିଥିଲେ।

ପୋଷା କୁକୁର ଗୋଆ ରତନ ଟାଟାଙ୍କୁ ଶେଷ ଥର ଦେଖିବା ନ୍ୟାସନାଲ ସେଣ୍ଟର ଫର ଦ ପରଫାର୍ମିଙ୍ଗ ଆର୍ଟସରେ ପହଞ୍ଚିଛି। ୧୧ବର୍ଷ ପୂର୍ବେ ଏହି ପୋଷା କୁକୁରକୁ ରତନ ଟାଟା ଗୋଆରୁ ଆଣିଥିଲେ।

୪୩


ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତବୁଧବାର ରାତିରେ ମୃତ୍ୟୁ ହୋଇଯାଇଛି। 

ରତନ ଟାଟାଙ୍କ ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଜି ତାଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ । ଏହାପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ନ୍ୟାସନାଲ ସେଣ୍ଟର ଫର ଦ ପରଫାର୍ମିଙ୍ଗ ଆର୍ଟସ(ଏନସିପିଏ)ରେ ଶେଷ ଦର୍ଶନ ପାଇଁ ରଖଯାଇଛି । ରତନ ଟାଟା ପାର୍ସୀ ସଂପ୍ରଦାୟର ହୋଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ ହେବ ବୋଲି କୁହାଯାଉଛି । ୪୫ ମିନିଟ ପାଇଁ ପ୍ରାର୍ଥନା କରାଯିବ । ଏହାପରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ସମାପ୍ତ ହେବ ।

ଏଭଳି ଦୁଃଖ ସମୟରେ ନ୍ୟାସନାଲ ସେଣ୍ଟର ଫର ଦ ପରଫାର୍ମିଙ୍ଗ ଆର୍ଟସ(ଏନସିପିଏ)ରୁ ଏକ ଭାବବିହ୍ବୋଳ ଦୃଶ୍ୟ ସାମ୍ନାକୁ ଆସିଛି। ପୋଷା କୁକୁର ଗୋଆ ରତନ ଟାଟାଙ୍କୁ ଶେଷ ଥର ଦେଖିବା ପାଇଁ ଏନସିପିଏରେ ପହଞ୍ଚିଛି। ଏହି ଦୃଶ୍ୟକୁ ଦେଖି ଘଟଣାସ୍ଥଳରେ ଥିବା  ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଛି।


ଗୋଆକୁ ପ୍ରାୟତଃ ରତନ ଟାଟା ଅଫିସ ସାଥୀ ଭାବେ ଡାକୁଥିବା ଶୁଣିବାକୁ ମିଳିଥାଏ। ଗୋଆକୁ ପାଳୁଥିବା ବ୍ୟକ୍ତିଙ୍କ କହିବାନୁସାରେ, ଗୋଆକୁ ୧୧ବର୍ଷ ପୂର୍ବେ ରତନ ଟାଟା ଘରକୁ ଆଣିଥିଲେ। ଏକଦା ରତନ ଟାଟା ଜି ଗୋଆ ଯାଇଥିଲେ। ସେଠାରେ ଏକ ବାରବୁଲା କୁକୁର ତାଙ୍କ ପଛେପଛେ ଆସିଥିଲା। ଏହା ଦେଖି ସେ ଉକ୍ତ ବାରବୁଲା କୁକୁରକୁ ଧରି ମୁମ୍ବାଇ ନେଇ ଆସି ନିଜ ସାଥୀରେ ରଖିଥିଲେ। କୁକୁରର ନାମ କରଣ ସେଥିପାଇଁ ଗୋଆ ରଖାଯାଇଛି। କାରଣ ସାର ତାକୁ ଗୋଆରୁ ପାଇକି ଆଣିଥିଲେ।’

ଅଧିକପଢ଼ନ୍ତୁ:https://sambad.in/entertainment/shah-rukh-khan-got-inspired-by-ratan-tata-7305139

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe