ମୃତ୍ୟୁ ପରେ ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପ୍ରସ୍ତାବ ପାରିତ

Advertisment

ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନ‌ରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ ହୋଇଛି।

Updated On

ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନ‌ରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ ହୋଇଛି।

ଅଦ୍ୟତନ ହୋଇଛି
ଥଇଧ

ମୁମ୍ବାଇ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। 

ଏହି ପରିପ୍ରେକ୍ଷୀରେ  ମହାରାଷ୍ଟ୍ର ସରକାର ଏକ ବଡ଼ା ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ସିନ୍ଦେ ସରକାର ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପ୍ରସ୍ତାବକୁ ପାରିତ କରି ଦେଇଛି। 

ମହାରାଷ୍ଟ୍ର କ୍ୟାବିନେଟ ଗୁରୁବାର ଏକ ବୈଠକର ଆୟୋଜନ କରିଥିଲା। ଏଥିରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନ‌ରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ କରିଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପଡ଼ିବ।

ରତନ ଟାଟା ଉଦ୍ୟୋଗ କ୍ଷେତ୍ରରେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ରହିଛନ୍ତି। ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୨୦୦୮ ମସିହାରେ ରତନ ଟାଟା ପଦ୍ମବିଭୂଷଣ ସମ୍ମାନ ପାଇଥିଲେ। ସେହିପରି ୨୦୦୪ ମସିହାରେ ରିପବ୍ଲିକ ଅପ ଉରୁଗୁଏ, ୟୁନିଭର୍ସିଟି ଅପ କ୍ଯାମ୍ପ୍ରିଜ, ଆଇଆଇଟି ବମ୍ୱେ, ସିଙ୍ଗାପୁର ତଥା ଫ୍ରାନ୍ସ ଓ ଲଣ୍ଡନରୁ ଅଜସ୍ର ସମ୍ମାନ ପାଇଛନ୍ତି ରତନ ଟାଟା।
 
ଏସବୁ ସମ୍ମାନ ସତ୍ତ୍ବେ ଦେଶବାସୀ ରତନ ଟାଟାଙ୍କ କାମ ପାଇଁ ତାଙ୍କୁ ଭାରତ ରତ୍ନ ଦେବାକୁ ଦାବି କରୁଥିଲେ। ଏମିତି କି
ସୋସିଆଲ ମିଡିଆରେ #BharatRatnaForRatanTata ନାମକ ହୈସ ଟ୍ୟାଗ ମଧ୍ୟ ଚଲାଯାଇଥିଲା।

ଅଧିକ ପଢ଼ନ୍ତୁ:https://sambad.in/state/make-boat-with-admit-card-and-floated-by-aspirants-7304494

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe