ବଢ଼ିଲା ସବସିଡି ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ କେତେ ମହଙ୍ଗା ହେଲା ଗ୍ୟାସ୍

Advertisment
ବଢ଼ିଲା ସବସିଡି ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ କେତେ ମହଙ୍ଗା ହେଲା ଗ୍ୟାସ୍

gujaratmirror.in

ନୂଆଦିଲ୍ଲୀ : ଦରବୃଦ୍ଧିର ଶିକାର ହୋଇଥିବା ସାଧାରଣ ଜନତାଙ୍କ ଉପରେ ଏବେ ଆଉ ଏକ ବୋଝ ପଡିଛି । ଦେଶର ତେଲ କମ୍ପାନମାନେ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦରରେ ବୃଦ୍ଧି କରିଛନ୍ତି । ସବସିଡି ଅନ୍ତର୍ଗତ ଗ୍ୟାସ ସିଲିଣ୍ଡର ମଙ୍ଗଳବାର ଠାରୁ ୧.୭୬ ଟଙ୍କା ମହଙ୍ଗା ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନର ବୟାନ ଅନୁଯାୟୀ, ଟ୍ୟାକ୍ସର ପ୍ରଭାବ କାରଣରୁ ଏହି ଦରବୃଦ୍ଧି ହୋଇଛି । ଏହି ପରିବର୍ତ୍ତନ ପରେ ଦିଲ୍ଲୀରେ ସବସିଡି ଏଲପିଜି ସିଲିଣ୍ଡର ୪୯୬.୨୬ ଟଙ୍କା ବଦଳରେ ୪୯୮.୦୨ ଟଙ୍କାରେ ମିଳିବ ।

publive-image NewIndianExpress

ଯେଉଁ ଗ୍ରାହକମାନେ ସବସିଡି ପାଉନାହାନ୍ତି ସେମାନଙ୍କୁ ସିଲିଣ୍ଡର ବଜାର ମୂଲ୍ୟରେ କିଣିବାକୁ ପଡେ । ଏଲପିଜିର ବଜାର ଦର ଅନୁସାରେ ସବସିଡି ରାଶିରେ ପ୍ରତି ମାସରେ ପରିବର୍ତ୍ତନ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ଦର ଏବଂ ବିଦେଶୀ ମୁଦ୍ରା ବିନିମୟ ଆଧାରରେ ସବସିଡି ରାଶିରେ ପରିବର୍ତ୍ତନ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ଦର ବଢିଲେ ସରକାର ଅଧିକ ସବସିଡି ଦେଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe