ନୂଆଦିଲ୍ଲୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନ୍ସିଆର୍ ଅଂଚଳ, ନୋଏଡ଼ା, ଗ୍ରେଟର ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ଗାଜଆବାଦ ଆଦି ଅଂଚଳରେ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଶ୍ରୀ ନୀଳାଚଳ ସେବାସଂଘ ହଜଖାସ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ଆୟୋଜନ କରାଯାଇଥିବା ରଥଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭାଗ ନେଇଥିଲେ। କୀର୍ତ୍ତନ, ପ୍ରବଚନ ସହ ସମଗ୍ର ପରିବେଶ ଜଗନ୍ନାଥମୟ ହୋଇଉଠିଥିଲା। ହଜଖାସ ଜଗନ୍ନାଥ ମନ୍ଦିରରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ଓ ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ଵାରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ତ୍ୟାଗରାଜ ଜଗନ୍ନାଥ ମନ୍ଦିରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଦିଲ୍ଲୀ ଓ ଏନ୍୍ସିଆର ଅଂଚଳରେ ଥିବା ପାଖାପାଖି ୨୫ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଓ ରଥଟଣା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରଥଯାତ୍ରା ଅବସରରେ ମହାପ୍ରସାଦ ବଣ୍ଟନ କରାଯିବା ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରଥଯାତ୍ରା ପାଇଁ ଦିଲ୍ଲୀ ପୁଲିସ ଦ୍ୱାରା ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା।
ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳ ଜଗନ୍ନାଥମୟ
Advertisment
Follow Us