ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ପୁଣି ଏବେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନିଜର ଏକ ବ୍ୟକ୍ତିଗତ ପ୍ରସଙ୍ଗକୁନେଇ ଚର୍ଚ୍ଚାରେ ଅଛନ୍ତି। ମନିଲଣ୍ଡ୍ରିଂ ମାମଲାରେ ଫସିଥିବା ମଧ୍ୟ ରତୁଲ ପୁରୀଙ୍କ ସଂପର୍କରେ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଖୁଲାସା କରିଛି । ଏକଥା ମଧ୍ୟ ଇଡିର ଚାର୍ଜସିଟରେ ଉଲ୍ଲେଖ କରାଯାଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2019/10/ratul-puri_jagran-1.jpg)
ତାହା ଅନୁସାରେ ରତୁଲ ଆମେରିକାର ଏକ ନାଇଟ କ୍ଳବ ରେ ଗୋଟିଏ ରାତିରେ ଉଡାଇଥିଲେ ୧.୧ଲକ୍ଷ ଡଲାର ,ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ୭.୮ କୋଟି ଟଙ୍କା । ଏନେଇ ଇଡି ପକ୍ଷରୁ କୁହାଯାଇଛି ଯେ,ରତୁଲଙ୍କର ନେଣଦେଣ ହିସାବର ଯାଞ୍ଚ ଚାଲିଛି ।ସେ ଭାରତ ଓ ବିଦେଶରେ ଅନେକ ଦାମିକା ହୋଟେଲରେ ରହିଛନ୍ତି ।
image source-amar ujalaପ୍ରୋଭୋକେଟର ନାମକ ଏକ ନାଇଟ କ୍ଳବରେ ସେ ଗୋଟିଏ ରାତିରେ ରତୁଲ ୭.୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି କୁହାଯାଇଛି। ଗତ ନଭେମ୍ବର ୨୦୧୧ରୁ ଅକ୍ଟୋବର୨୦୧୬ ମଧ୍ୟରେ ସେ ମଉଜ ମଜଲିସ ପାଇଁ ୩୨ କୋଟି ଖର୍ଚ୍ଚ କରିଛନ୍ତି ।ସୂଚନାଯୋଗ୍ୟ, ପାଖାପାଖି ୮ହଜାର କୋଟି ଟଙ୍କାର ଠକେଇ ମାମଲାର ରତୁଲ ଜଣେ ମୁଖ୍ୟ ଅଭିଯୁକ୍ତ ।
Follow Us