ରାବଣ ଛାୟା ଶୈଳୀରେ ‘କିମ୍ବଦନ୍ତୀର ନାୟକ’ ମଞ୍ଚସ୍ଥ

ରାବଣ ଛାୟା ଶୈଳୀରେ ‘କିମ୍ବଦନ୍ତୀର ନାୟକ’ ମଞ୍ଚସ୍ଥ

ନୂଆଦିଲ୍ଲୀ: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ସର୍ବଭାରତୀୟ ଛାୟା ନାଟକ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା କୁଟାରିମୁଣ୍ଡା ସ୍ଥିତ ଶ୍ରୀରାମ ଛାୟା ନାଟକ ଗବେଷଣା ପରିଷଦ ଦ୍ୱାରା ରାବଣ ଛାୟା ଶୈଳୀରେ ‘କିମ୍ବଦନ୍ତୀର ନାୟକ’ ନାଟକ ମଞ୍ଚସ୍ଥ ହୋଇଯାଇଛି।
ଏନ୍‌ଏସ୍‌ଡିର ମେଘଦୂତ ଥିଏଟରରେ ଡ.ଗୌରାଙ୍ଗ ଚରଣ ଦାସଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଏହି ନାଟକରେ ୮ ଜଣ କଳାକାର ଭାଗନେଇଥିଲେ। ୧୯୩୪ ମସିହାରେ ମହାତ୍ମାଗାନ୍ଧୀଙ୍କ ଅନୁଗୁଳ ଗସ୍ତକୁ ବ୍ରିଟିଶ ସରକାର ବିରୋଧ କରିବା ସତ୍ତ୍ୱେ ସେଠାରେ ଜନସାଧାରଣ କିଭଳି ମହାତ୍ମାଗାନ୍ଧୀଙ୍କୁ ଗ୍ରହଣ କରିଥିଲେ ଏବଂ ଓଡ଼ିଶା ବାସୀଙ୍କ ପ୍ରତି ଗାନ୍ଧିଜୀଙ୍କ କେତେ ଶ୍ରଦ୍ଧା ଥିଲା ତାହା ହିଁ ନାଟକରେ ଚିତ୍ରଣ କରାଯାଇଥିଲା। ପାରମ୍ପରିକ ଶୈଳୀରେ ଆଧୁନିକ ରୂପ ଦିଆଯାଇଥିବା ୩୦ ମିନିଟ୍‌ର ଏହି ଛାୟା ନାଟକକୁ ଦିଲ୍ଲୀର କଳାପ୍ରେମୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe