ଆମକୁ ପଠାଅ ରାବଣ: ବିଦେଶରୁ ଆସୁଛି ଅର୍ଡର

Advertisment
ଆମକୁ ପଠାଅ ରାବଣ: ବିଦେଶରୁ ଆସୁଛି ଅର୍ଡର

ନୂଆଦିଲ୍ଲୀ: ରାବଣ ପୋଡି ପାଇଁ ରାବଣ ମୂର୍ତ୍ତି ଯୋଗାଇଦେବାକୁ ବିଦେଶରୁ ଆସୁଛି ଅର୍ଡର | କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଦିଲ୍ଲୀର ମୂର୍ତ୍ତି ନିର୍ମାଣ କରୁଥିବା କାରିଗରମାନଙ୍କୁ ଏବେ ଅଷ୍ଟ୍ରେଲିଆରୁ ଅର୍ଡର ମିଳିବାରେ ଲାଗିଛି । ବାସ୍ତବରେ ଆଗକୁ ଦଶହରା ପର୍ବ ଆସୁଥିବାବେଳେ ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟମାନେ ଉତ୍ସାହର ସହ ଦଶହରା ପାଳନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି | ଏଥିପାଇଁ ସେହି ପ୍ରବାସୀମାନେ ଦିଲ୍ଲୀରୁ ରାବଣର ମୂର୍ତ୍ତି ଅର୍ଡର କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀର କାରିଗରମାନେ କହିଛନ୍ତି ଯେ କରୋନା ମହାମାରୀ ପରେ ସେମାନଙ୍କର ବିକ୍ରି ଯଥେଷ୍ଟ ହ୍ରାସ ପାଇଥିଲା । କିନ୍ତୁ ଦଶହରା ହେତୁ ଅନେକ ଲୋକ ରାବଣର ମୂର୍ତ୍ତି କିଣିବାକୁ ଆସୁଛନ୍ତି। ସେମାନେ କହିଛନ୍ତି ଯେ ମୂର୍ତ୍ତିଟିଏ ଗଢିବାକୁ ଆମକୁ ଦୁଇ ମାସ ସମୟ ଲାଗେ |

ଭାରତ ସହିତ ବର୍ତ୍ତମାନ ଅନ୍ୟ ଦେଶରୁ ମଧ୍ୟ ରାବଣ ମୂର୍ତ୍ତି ପାଇଁ ଅର୍ଡର ଆସିବାରେ ଲାଗିଛି | ଏଠାକାର ଜଣେ କାରିଗର କହିଛନ୍ତି ଯେ ଆମେ ଅଷ୍ଟ୍ରେଲିଆକୁ ଅନେକ ମୂର୍ତ୍ତି ପଠାଇ ସାରିଛୁ। ଯେଉଁମାନେ ବିଦେଶରୁ ଅର୍ଡର କରୁଛନ୍ତି ସେମାନେ ନିଜେ ଏହାକୁ ନେବାର ବ୍ୟବସ୍ଥା କରନ୍ତି। ଚଳିତ ବର୍ଷ ଜୁନ ମାସରୁ ଅଷ୍ଟ୍ରେଲିଆରୁ ଅର୍ଡର କରାଯାଇଥିଲା । ଆଉ ଅର୍ଡର ମୁତାବକ ମୂର୍ତ୍ତି ପ୍ରଥମେ ଦିଲ୍ଲୀରୁ ମୁମ୍ବାଇକୁ ପଠାଯାଇଥିଲା ଏବଂ ପରେ ଏହାକୁ ଜାହାଜ ଦ୍ୱାରା ଅଷ୍ଟ୍ରେଲିଆ ପଠାଯାଇଥିଲା। ସୋନୁ ନାମକ ଅନ୍ୟ ଜଣେ କାରିଗର କହିଛନ୍ତି ଯେ ଚଳିତ ବର୍ଷ ଆମେ ଅନେକ ଦେଶରୁ ରାବଣର ମୂର୍ତ୍ତି ପାଇଁ ଅର୍ଡର ପାଇଛୁ। ଗତ କିଛି ବର୍ଷ ଧରି ମୂର୍ତ୍ତି ବିକ୍ରି ହ୍ରାସ ପାଇଥିଲା। କିନ୍ତୁ ଚଳିତ ବର୍ଷ ଭଲ ବ୍ୟବସାୟ ହେଉଛି | ଉଲ୍ଲେଖ ଥାଉ କି ଦଶହରାକୁ ବିଜୟାଦଶମୀ ମଧ୍ୟ କୁହାଯାଇଥାଏ | ଆଉ ଏହି ଅବସରରେ ରାବଣ ପୋଡି ମଧ୍ୟ ଅନୁଷ୍ଠିତ ହୋଇଥାଏ | ତେଣୁ ବିଦେଶରେ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ରାବଣ ପୋଡି ପାଇଁ ମୂର୍ତ୍ତି ଅର୍ଡର ଦେଉଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe