ମର୍ଯ୍ୟାଦାଜନକ ଗୋରଖପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେଲେ ଭୋଜପୁରୀ ସୁପରଷ୍ଟାର୍ ରବି କିଷନ

Advertisment
ମର୍ଯ୍ୟାଦାଜନକ ଗୋରଖପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେଲେ ଭୋଜପୁରୀ ସୁପରଷ୍ଟାର୍ ରବି କିଷନ

photo-amarujala

ଗୋରଖପୁର:ଉତ୍ତର ପ୍ରଦେଶର ମର୍ଯ୍ୟାଦାଜନକ ଗୋରଖପୁର ଲୋକସଭା ଅ୍ରାସନରୁ ଏଥର ବିଜେପି ଭୋଜପୁରୀ ସୁପରଷ୍ଟାର୍ ରବି କିଷନଙ୍କୁ ପ୍ରାର୍ଥୀ କରିଛି । ରବି କିଷନ୍‌ ଜଣେ ନାମୀ ତାରକା ଏବଂ ଜାତିରେ ବ୍ରାହ୍ମଣ ହୋଇଥିବାରୁ ଦଳ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଉପରେ ଭରସା କରିଛି।

publive-image photo-the indian express

ଏଠାରେ ସୂଚନାଯୋଗ୍ୟ ଯେ ଗୋରଖପୁରରେ କ୍ରମାଗତଭାବେ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ହେବାପରେ ଯୋଗୀ ଆଦିତ୍ୟନାଥ ଏହି ଆସନରୁ ଇସ୍ତଫା ଦେଇଥିଲେ। ପରେ ହୋଇଥିବା ଉପ ନିର୍ବାଚନରେ ଏସପି ଏହି ଆସନରେ ବିଜୟୀ ହୋଇଥିଲା । ଏହି ଆସନରେ ପ୍ରବୀଣ ନିଷାଦ ବିଜୟୀ ହୋଇଥିଲେ । କିନ୍ତୁ ଲୋକସଭା ନିର୍ବାଚନ ଠିକ ପୂର୍ବରୁ ପ୍ରବୀଣ ନିଷାଦ ବିଜେପିରେ ଯୋଗ ଦେଇଥିଲେ ।

ବିଜେପି ପ୍ରବୀଣଙ୍କୁ ଗୋରଖପୁର ବଦଳରେ ଏଥର ସନ୍ଥକବୀର ନଗର ଆସନରୁ ପ୍ରାର୍ଥୀ କରିଛି। ଅପରପକ୍ଷରେ ସନ୍ଥକବୀର ନଗରରେ ଚପଲରେ ଆକ୍ରମଣ କାଣ୍ଡରେ ବିବାଦୀୟ ହୋଇଥିବା ବିଜେପି ସାଂସଦ ଶରଦ ତ୍ରିପାଠୀଙ୍କୁ ଏଥର ଦଳ ଟିକେଟ ଦେଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe