ପ୍ରତ୍ୟାଖ୍ୟାତ ନେତାମାନେ କ୍ଷମତାକୁ ଫେରିବାକୁ ଚକ୍ରାନ୍ତ ‌କରୁଛନ୍ତି: ବିଜେପି

ହାଇକୋର୍ଟମାନଙ୍କୁ ‌‌କେନ୍ଦ୍ର ସରକାରଙ୍କ ପ୍ରସ୍ତାବ, ଦୁଷ୍କର୍ମ ଏବଂ ପୋକ୍‌ସୋ ମାମଲାରେ ୬ ମାସ ମଧ୍ୟରେ ବିଚାର ସରିବ

Hindustan Times

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଭୋଟର ଦେବେନ୍ଦ୍ର ଫଡ୍‌ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ଏବଂ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା। ଏଣୁ ମହାରାଷ୍ଟ୍ରବାସୀ ବିଜେପିକୁ ହିଁ ସର୍ବାଧିକ ଭୋଟ୍‌ ଦେଇଛନ୍ତି। ମାତ୍ର, ମହାରାଷ୍ଟ୍ରବାସୀଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ କଂଗ୍ରେସ-ଏନ୍‌ସିପି ଏବଂ ଶିବସେନା ଚକ୍ରାନ୍ତ କରି ପଛ ଦ୍ବାର ବାଟ ଦେଇ ‌କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମହାରାଷ୍ଟ୍ରରେ ଶିବସେନାର ବିଜୟ ପଛରେ ବିଜେପିର ବଡ଼ ହାତ ରହିଛି ବୋଲି ରବିଶଙ୍କର କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି‌ ଯେ, କଂଗ୍ରେସ-ଶିବସେନା-ଏନ୍‌ସିପି ଅଭିଯୋଗ ଆଣୁଛନ୍ତି ବି‌ଜେପି ମ୍ୟାଚ୍‌ ଫିକ୍ସିଂ କରିଛି। ଏହା ପଛରେ କୌଣସି ଯୁକ୍ତି ନାହିଁ। ଯଦି ସେମାନଙ୍କ ନିକଟରେ ସଂଖ୍ୟା ରହିଛି, ତେବେ ସେମାନେ କାହିଁକି ସରକାର ଗଠନ ନ କରି ସମୟ ଗଡ଼ାଇ ଚାଲିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରଶ୍ନ କରିଛନ୍ତି। ଏବେ ବିଜେପି ପାଇଁ ଉଚିତ୍‌ ସମୟ ଆସିଛି ଏବଂ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଅପରପକ୍ଷେ, ଶିବସେନା ବାଲ୍‌ ଠାକ୍‌ରେଙ୍କ ନୀତିକୁ ଗୌଣ କରିସାରିଛି। ଯେଉଁମାନେ ବିଚାରଧାରାକୁ ନେଇ ବେପାର କରୁଛନ୍ତି ସେମାନଙ୍କର ଶିବାଜୀଙ୍କ ନାମ ନେବାର ନୈତିକ ଅଧିକାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe