Politics: ରାହୁଲ ରାଗ ଉପରୁ ନିୟନ୍ତ୍ରଣ ହରାଇ ମୋ ଆଡ଼କୁ ମାଡ଼ି ଆସୁଥିଲେ: ରବନୀତ

Advertisment
New Project (14)

ravneet and rahul Photograph: (sambad.in)

ଚଣ୍ଡିଗଡ଼: କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ରାହୁଲ ଗାନ୍ଧୀ ରବନୀତଙ୍କୁ ବିଶ୍ବାସଘାତକ କହିଥିବାରୁ ଆଜି ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଟ୍ଟୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ ବିଜେପି ନେତାମାନେ ତାଙ୍କ ସହ ରହିଥିବାରୁ ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ସକାଳେ ବିଟ୍ଟୁ ସଂସଦକୁ ପ୍ରବେଶ କରୁଥିବାବେଳେ ରାହୁଲ ତାଙ୍କୁ ବିଶ୍ବାସଘାତକ କହିଥିଲେ। ଏହାର ଜବାବ ଦେଇ ବିଟ୍ଟୁ ରାହୁଲଙ୍କୁ ଦେଶଦ୍ରୋହୀ କହିଥିଲେ। 

ଉକ୍ତ ପ୍ରସଙ୍ଗରେ ଅମୃତସରରେ ଗଣମାଧ୍ୟମରେ ଟିପ୍ପଣୀ ଦେବା ଅବସରରେ ବିଟ୍ଟୁ କହିଛନ୍ତି, ସେ ଅଧାବାଟରେ କଂଗ୍ରେସ ଦଳ ଛାଡ଼ି ଦେଇନାହାନ୍ତି। କଂଗ୍ରେସ ସାଂସଦ ଭାବେ ତୃତୀୟ କାର୍ଯ୍ୟକାଳ ‌ଶେଷ କରିବାପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଟ୍ଟୁ କହିଛନ୍ତି, ରାହୁଲ ସଂସଦର ମକର ଦ୍ବାର ନିକଟରେ ରାଗ ତମତମ ହୋଇ ମୋ ଆଡ଼କୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଗୋଟିଏ ହାତକୁ କେସି ବେଣୁଗୋପାଳ ଧରିଥିବାବେଳେ ଅନ୍ୟ ଏକ ହାତକୁ ଗୁରୁଦାସପୁର ସାଂସଦ ସୁଖଜିନ୍ଦର ରନ୍ଧୱା ଧରିଥିଲେ। ସେ ଏତେ ରାଗରେ ଥିଲେ ଯେ, କେବଳ ଭଗବାନ ଜାଣନ୍ତି ସେ କ’ଣ ଚାହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe