ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲା: ର’ ଅଧିକାରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଲା ଆମେରିକା

ଶିଖ୍ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଭାରତୀୟ ଗୁଇନ୍ଦା ଏଜେନ୍ସି 'ର'ର ଜଣେ ପୂର୍ବତନ ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି ।

ସାଧାରଣତନ୍ତ୍ର ଦିବସରରେ ମୋଦୀ ଓ ମାନ୍‌ଙ୍କୁ ହତ୍ୟା ଧମକ ଦେଲା ପନ୍ନୁ

ନୂଆଦିଲ୍ଲୀ: ଶିଖ୍ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଭାରତୀୟ ଗୁଇନ୍ଦା ଏଜେନ୍ସି 'ର'ର ଜଣେ ପୂର୍ବତନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଆମେରିକା ମାଟିରେ ପନ୍ନୁଙ୍କ ଅସଫଳ ହତ୍ୟା ଷଡ଼ଯନ୍ତ୍ରରେ ଏହି ର' ଅଧିକାରୀ ଙ୍କ ସମ୍ପୃକ୍ତି ଥିବା ଆମେରିକା ଅଭିଯୋଗ କରିଛି।

ଆମେରିକା କହିଛି ଯେ 'ର' ର ଏହି ପୂର୍ବତନ ଅଧିକାରୀ ଜଣକ ହେଉଛନ୍ତି ୩୯ ବର୍ଷୀୟ ବିକାଶ ଯାଦବ। ବିକାଶ ଯାଦବଙ୍କୁ ଭାରତର ବୈଦେଶିକ ଗୁଇନ୍ଦା ସେବା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ ନିଯୁକ୍ତ କରିଛି। ଆମେରିକାର ଫେଡେରାଲ ପ୍ରସିକ୍ୟୁଟରମାନେ ଗୁରୁବାର ନ୍ୟୁୟର୍କର ଏକ ଆମେରିକୀୟ ଅଦାଲତରେ ବିକାଶ ଯାଦବଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ପନ୍ନୁଙ୍କ ହତ୍ୟା ମାମଲାରେ ଷଡ଼ଯନ୍ତ୍ର ଓ ମନି ଲଣ୍ଡରିଂ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରହିଛି। 

ଆମେରିକାର ନ୍ୟାୟ ବିଭାଗ କହିଛି ଯେ ସେ ଏବେ ବି ଫେରାର ଅଛନ୍ତି। ପ୍ରାରମ୍ଭିକ ଅଭିଯୋଗରେ ବିକାଶ ଯାଦବଙ୍କୁ କେବଳ 'ସିସି-୧' (ସହ-ଷଡ଼ଯନ୍ତ୍ରକାରୀ) ବୋଲି ଚିହ୍ନଟ କରାଯାଇଥିଲା। ଗୁରୁବାର ଦିନ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ନିଶ୍ଚିତ କରିଛନ୍ତି ଯେ ଆମେରିକୀୟ ନ୍ୟାୟ ବିଭାଗର ଅଭିଯୋଗରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଆଉ ଭାରତର ସରକାରୀ କର୍ମଚାରୀ ନୁହଁନ୍ତି। ଅନ୍ୟ ଜଣେ ସହଯୋଗୀ ନିଖିଲ ଗୁପ୍ତା ଗତବର୍ଷ ଚେକ୍ ରିପବ୍ଲିକ୍ରୁ ଗିରଫ ହୋଇଥିଲେ ଏବଂ ପ୍ରତ୍ୟର୍ପଣ ପରେ ଏବେ ସେ ଆମେରିକା ହେପାଜତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe