ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ଫେବୃଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାକୁମ୍ଭରେ ସାମିଲ ହେବାପାଇଁ ଦୂର ଦୂରାନ୍ତରୁ ସନ୍ଥ ଏବଂ ମୁନିମାନେ ପ୍ରୟାଗରାଜରେ ଆସି ପହଞ୍ଚି ଯାଇଛନ୍ତି। 

Advertisment

ଏହି ମହାକୁମ୍ଭ ମେଳାକୁ କେବଳ ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଲୋକମାନେ ଅଂଶଗ୍ରହଣ କରିବାକୁ ଆସି ପହଞ୍ଚିଛନ୍ତି। କିଛି ଲୋକ ଭିଡିଓ ତିଆରି କରିବା ଏବଂ ମହାକୁମ୍ଭ ମେଳାକୁ ଆସିଥିବା ସାଧୁସନ୍ଥଙ୍କ ବିଷୟରେ ଜାଣିବା ଆଗ୍ରହ ପ୍ରକାଶ କରିଛନ୍ତି। 

ଅଧିକପଢ଼ନ୍ତୁ:ହଂସିତା-ଅନୀଲ ମାମଲା: କେସ୍ ଡାଏରି ଦାଖଲ ହୋଇପାରିଲାନି

ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ମହାକାଳ ଗିରି ବାବା ଏକ ସାକ୍ଷାତକାର ସମୟରେ ରାଗି ଯାଇ ଜଣେ ବ୍ୟକ୍ତିଙ୍କୁ ଚିମୁଟାରେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହି ବାବା ଜଣକ ଗତ ୯ବର୍ଷ ହେବ ନିଜର ବାମ ହାତକୁ ଉପରକୁ ଟେକି ରଖିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ମହାକାଳ ଗିରି ବାବାଙ୍କୁ କିଛି ପ୍ରଶ୍ନ ପଚାରୁଛନ୍ତି। ବାବା ଉକ୍ତ ବ୍ୟକ୍ତିଙ୍କ ପ୍ରଶ୍ନ ଶୁଣିବା ମାତ୍ରେ ରାଗି ଯାଉଛନ୍ତି। କେହି କିଛି ବୁଝିବା ପୂର୍ବରୁ ବାବା ବସିଥିବା ସ୍ଥାନରେ ଠିଆ ହୋଇ ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କୁ ଚିମୁଟା ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଭୟରେ ସେଠାରୁ ଦୌଡ଼ି ଚାଲି ଯାଇଥିଲେ।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି,‘ଉକ୍ତ ୟୁଟ୍ୟୁବର ବାବାଙ୍କୁ ହଇରାଣ କରିଛନ୍ତି। ଭକ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ୟୁଟ୍ୟୁବର କୁମ୍ଭ ମେଳାରେ ଆସି ପହଞ୍ଚିଛନ୍ତି। 

ଅଧିକପଢ଼ନ୍ତୁ:ବିରାଟଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ଥିଲେ ଅନୁଷ୍କା

ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି,‘ମହାତ୍ମା ଠିକ୍ କାମ କରିଛନ୍ତି, ୟୁଟ୍ୟୁବରେ ଅନେକ ଲୋକ ମହା କୁମ୍ଭମେଳାର କଭରେଜ୍ ପାଇଁ ସନାତନ ସନ୍ଥମାନଙ୍କୁ ଅପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି, ସେମାନଙ୍କୁ ଏପରି ମାଡ଼ ମାରିବା ଉଚିତ।’