ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ସୁନା ଫେରାଇ ଆଣିଲା ଭାରତ

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ୧୦୨ ଟନ ସୁନା ଫେରାଇ ଆଣି ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ସେପ୍ଟେମ୍ବର ୨୦୨୨ ପରେ ବିଦେଶରେ ବନ୍ଧକ ଥିବା ଦେଶର ସୁନା ମଧ୍ୟରୁ ୨୧୪ ଟନ ସୁନା ଫେରାଇ ଅଣାଯାଇଛି ।

ଅଦ୍ୟତନ ହୋଇଛି
 IndiaToday

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ୧୦୨ ଟନ ସୁନା ଫେରାଇ ଆଣି ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ବିଦେଶୀ ମୁଦ୍ରାଭଣ୍ଡାରର ପ୍ରବନ୍ଧନର ନୂଆ ରିପୋର୍ଟ ମୁତାବକ ସେପ୍ଟେମ୍ବର ଶେଷ ସୁଦ୍ଧା ରିଜର୍ଭବ୍ୟାଙ୍କ ପାଖରେ ଥିବା ୮୫୫ ଟନ ସୁନା ମଧ୍ୟରୁ ୫୧୦ ଟନ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । 

ସେପ୍ଟେମ୍ବର ୨୦୨୨ ପରେ ବିଦେଶରେ ବନ୍ଧକ ଥିବା ଦେଶର ସୁନା ମଧ୍ୟରୁ ୨୧୪ ଟନ ସୁନା ଫେରାଇ ଅଣାଯାଇଛି । ସାରା ବିଶ୍ୱରେ ବଢୁଥିବା ଯୁଦ୍ଧ ବିଭିଷୀକା ମଧ୍ୟରେ ଭାରତ ସରକାର ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଯୋଜନା କରିଛନ୍ତି । ସେପଟେ ଏହା ପୂର୍ବରୁ ଚଳିତବର୍ଷ ମେ’ମାସରେ ମଧ୍ୟ ୧୦୦ ଟନ୍ ସୁନା ଭାରତ ସରକାର ଫେରାଇଆଣିଥିଲେ ।

୧୯୯୦ ଦଶକ ପ୍ରାରମ୍ଭରେ ଭାରତର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲା । ଏହି କାରଣରୁ ବିଭିନ୍ନ ସମୟରେ ଭାରତ ସରକାରଙ୍କୁ ବିଭିନ୍ନ ଦେଶରେ ସୁନା ବନ୍ଧକ ପକାଇଥିଲେ । ରିଜର୍ଭ ବ୍ୟାଙ୍କ କହିଛି କି, ଯଦି ଆଗାମୀ ଦିନରେ ଭାରତର ଆର୍ଥିକ ସ୍ଥିତି ଖରାପ ହୁଏ କିମ୍ବା ରାଜନୈତିକ ଅସ୍ଥିରତା ଦେଖାଦିଏ ତେବେ ଏଥିରୁ ମୁକୁଳିବା ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe