RBI: ନିୟମ କୋହଳ କଲା ରିଜର୍ଭ ବ୍ୟାଙ୍କ: ବିନା ବନ୍ଧକରେ ଏମଏସଇଙ୍କୁ ମିଳିବ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ

Advertisment
RBI

RBI Photograph: (sambad.in)

ମୁମ୍ବାଇ: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ନିୟମ କୋହଳ କରିଛି। ଏହାଦ୍ବାରା ବ୍ୟାଙ୍କ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ(ଏମ୍‌ଏସ୍‌ଇ)ଗୁଡ଼ିକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ବନ୍ଧକରେ ଦେଇପାରିବେ। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ କୌଣସି ବନ୍ଧକ ନ ନେବା ପାଇଁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। 

ସେହିଭଳି କେଭିଆଇସି ଜରିଆରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ରେ ଋଣ ନେଉଥିବା ସଂସ୍ଥା ବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ଏଥିସହିତ ଏମ୍‌ଏସ୍‌ଇ ୟୁନିଟ୍‌ ଗୁଡ଼ିକର ଅତୀତ ଇତିହାସ ଏବଂ ଆର୍ଥିକ ସ୍ଥିତିକୁ ଦେଖି ବ୍ୟାଙ୍କ ଋଣ ରାଶିକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରିପାରିବେ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ୨୦୨୫ ଜୁଲାଇରେ ଜାରି ହୋଇଥିବା ସଂଶୋଧନରେ ଏ ନେଇ ପରିବର୍ତ୍ତନ କରାଯାଇଛି। ୨୦୨୬ ଏପ୍ରିଲ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe