ମାସ ମାସ ଧରି ଯେଉଁ ଚେତାବନୀ ଦେଉଥିଲି ରିଜର୍ଭ ବ୍ୟାଙ୍କ୍ ତାହା ସୁନିଶ୍ଚିତ କରିଛି: ରାହୁଳ ଗାନ୍ଧୀ

Advertisment
କଂଗ୍ରେସର ବିହାର ପ୍ରଦର୍ଶନ ପଶ୍ଚିମବଙ୍ଗ ଓ ତାମିଲନାଡୁ ପାଇଁ ସତର୍କଘଣ୍ଟି

Image Courtesy of NDTV

ନୂଆଦିଲ୍ଲୀ: ‘ଗଣ ମାଧ୍ୟମ ଜରିଆରେ ଧ୍ୟାନ ହଟାଇବା ଗରିବମାନଙ୍କୁ ସହାୟକ ହେବ ନାହିଁ ବୋଲି କରୋନାଭାଇରସ୍ ମହାମାରୀ ସମୟରେ ଆର୍ଥିକ ଅସୁବିଧା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦେଇଥିବା ସଦ୍ୟତମ ଚେତାବନୀ ପ୍ରସଙ୍ଗରେ ଆଜି ସକାଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଉପରୋକ୍ତ ଖବର ସହ ସେ ଟୁଇଟ୍ କରିଛନ୍ତି, ମୁଁ ମାସ ମାସ ଧରି ଯାହା କହି ଆସୁଥିଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତାହାକୁ ସୁନିଶ୍ଚିତ କରିଛି। ଏଥିସହ ସେ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି, ସରକାର ଅଧିକ କରଜ ଦିଅନ୍ତୁ ନାହିଁ; ଅଧିକ ଖର୍ଚ୍ଚ କରନ୍ତୁ। ଗରିବମାନଙ୍କୁ ଟଙ୍କା ଦିଅନ୍ତୁ, ଶିଳ୍ପପତିମାନଙ୍କର ଟିକସ କାଟନ୍ତୁ ନାହିଁ। ବିନିଯୋଗ କରି ଅର୍ଥନୀତିର ପୁନଃଆରମ୍ଭ କରାଯାଉ।

publive-image Image Courtesy of Hindustan Times

ଗଣମାଧ୍ୟମ ଜରିଆରେ ଧ୍ୟାନ ହଟାଇବା ଦ୍ବାରା ଗରିବମାନଙ୍କର କଲ୍ୟାଣ କିଂବା ଆର୍ଥିକ ଦୁର୍ବିପାକ ହଟିଯିବ ନାହିଁ।

ମଙ୍ଗଳବାର ଦିନ ରିଲିଜ୍ ହୋଇଥିବା ବାର୍ଷିକ ରିପୋର୍ଟରେ ରିଜର୍ଭ ବ୍ୟାଙ୍କ୍‌ କହିଛି ‌ଯେ, କରୋନାଭାଇରସ୍ ମହାମାରୀର ପ୍ରଭାବ ଭାରତର ଭବିଷ୍ୟତର ଉତ୍ପାଦନ ପ୍ରଣାଳୀକୁ ନିମ୍ନଗାମୀ କରାଇବ। ଏଥିଯୋଗୁଁ ଦ୍ବିତୀୟ କ୍ବର୍ଟର୍‌ରେ ମଧ୍ୟ ଅଭିବୃଦ୍ଧି ହାର ହ୍ରାସ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe